ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ପୁଲିସ ୨୨ ପେଟି ମଦ ଓ ଗୋଟିଏ ଟାଟା ଏସିଇ ଗାଡ଼ି ଜବତ କରିଛି । ବେଆଇନ ମଦ ଚାଲାଣ ଅଭିଯୋଗରେ ପୁଲିସ ବାଣିଗୋଚ୍ଛା ଥାନା ଗଣିକୁମ୍ପା ଗ୍ରାମର ଉପେନ୍ଦ୍ର ଭଞ୍ଜ ମଲ୍ଲିକକୁ ଗିରଫ କରିଛି । ବେଆଇନ ଭାବେ ମଦ ଚାଲାଣ ସୂଚନା ପାଇ ପୁଲିସ ସଦରଥାନା ଅନ୍ତର୍ଗତ ଶିମିଳିସାହି ନିକଟରେ ଛକି ରହିଥିବା ବେଳେ ସନ୍ଦେହ ଜନକ ଅବସ୍ଥାରେ ଟାଟା ଏସିଇକୁ ଅଟକାଇଥିଲା । ସେଥିରେ ମଦ ଯାଉଥିବା ସ୍ପଷ୍ଟ ହେବା ପରେ ତାହାର ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ମୋଟ ୧୯୦ ଲିଟର ମଦ ଥିବା ସୂଚନା ମିଳିଛି ।






