ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ଥାନା ପୁଲିସ ଗତକାଲି ବଡ଼ମୂଳ ଅଂଚଳର ଜଣେ ମଦ ବ୍ୟବସାୟୀଙ୍କଠାରୁ ୫ ଲିଟର ଦେଶୀ ମଦ ଜବତ କରିଥିବା ଜଣାଯାଇଛି । ମଦ ବେପାରୀ କୁବେର ବେହେରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନାନୁସାରେ, ଏହି ବ୍ୟକ୍ତି ଦୀର୍ଘଦିନ ହେବ ଦେଶୀ ମଦ ବେପାର କରୁଥିବା ନେଇ ପୁଲିସ କୈାଣସି ସୁତ୍ରରୁ ଖବରପାଇଥିଲା । ଫଳରେ ଗଣିଆ ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ସଦଳବଳେ ଚଢ଼ାଉ କରି ମଦ ଜବତ କରିବା ସହ କୁବେରକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ।






