Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିଲା ଶ୍ରୀଲିଙ୍ଗରାଜଙ୍କ ବିବାହ ତିଥି, ଆସନ୍ତା ୩୦ ତାରିଖରେ ହେବ ବିବାହ

by ସଞ୍ଜୟ ସ୍ୱାଇଁ
May 24, 2025
in State
ବଦଳିଲା ଶ୍ରୀଲିଙ୍ଗରାଜଙ୍କ ବିବାହ ତିଥି, ଆସନ୍ତା ୩୦ ତାରିଖରେ ହେବ ବିବାହ
46
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମଙ୍ଗନ, ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ତିଥି ଏବଂ ତାରିଖରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ କେଦାରଗୌରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆସନ୍ତା ୩୦ ତାରିଖରେ ମଙ୍ଗନ, ୩୧ରେ ବିବାହ ଓ ଜୁନ୍ ୧ରେ ପ୍ରତ୍ୟାବର୍ତ୍ତନ ତଥା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ମାତ୍ର ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ତିଥି ପରିବର୍ତ୍ତନ କରାଯାଇଛି । ନୂତନ ତିଥି ଅନୁଯାଇ ଆସନ୍ତା ୨୯ରେ ମଙ୍ଗନ(ଅଷ୍ଟ ଚଣ୍ଡୀ ନିମନ୍ତ୍ରଣ), ୩୦ରେ ବରାନୁଗମନ ଓ ବାହାଘର ଏବଂ ୩୧ରେ ପ୍ରତ୍ୟାବର୍ତ୍ତନ ତଥା ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ । ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ୩୦ ତାରିଖ ରାତି ୧୧ଟାରେ କେଦାରଗୌରୀ ଅଭିମୁଖେ ବରାନୁଗମନ ଓ ରାତି ସାଢେ ୨ଟା ମଧ୍ୟେ ହାତଗଣ୍ଠି ପଡ଼ିବ । ଭୋର ୪ଟାରେ କଉଡ଼ି ଖେଳ ନୀତି ସମାପନ ହୋଇ ୩୧ ତାରିଖ ସକାଳ ୫ଟାରୁ ନବ ଦମ୍ପତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ପରେ ସମସ୍ତ ନୀତି ବଢ଼ି ଠିକ ରାତି ୧୦ଟାରେ ଦେଉଳ ପ୍ରତ୍ୟାବର୍ତ୍ତନ(ଶୀତଳ ଷଷ୍ଠୀ) ଶୋଭାଯାତ୍ରା ହେବ । ବୈଠକରେ ମନ୍ଦିର ଜ୍ୟୋତିଷ ଏହି ପ୍ରସ୍ତାବ ରଖିବା ପରେ ସେବାୟତଙ୍କ ମଧ୍ୟରେ କିଛି ସମୟ ବାଦବିବାଦ ହୋଇଥିଲା। ଏହ ପରିବର୍ତ୍ତିତ ତିଥି କେଦାରଗୌରୀ ମନ୍ଦିର ପରିଚାଳନା କମିଟି ଓ ଶୀତଳ ଷଷ୍ଠୀ କମିଟି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । କେଦାରଗୌରୀ ପରିଚାଳନା କମିଟି ସମ୍ପାଦକ ଲୁଲୁ ମହାପାତ୍ର କହିଛନ୍ତି, ଆମେ ନିମନ୍ତ୍ରଣ ପତ୍ର ମୁଦ୍ରିତ କରି ବାଣ୍ଟିବା ଆରମ୍ଭ କରିଦେଇଥିଲୁ । ଏବେ ହଠାତ ତିଥି ପରିବର୍ତ୍ତନ ହେଲା । ଜ୍ୟୋତିଷ ଆଗ କହିଥିଲେ ଗୋଟେ ତାରିଖ, ଆଜି ପୁଣି ଆଉ ଏକ ତାରିଖ କହୁଛନ୍ତି । ଯାହା ବି ହେଉ ଆମକୁ ମହାପ୍ରଭୁଙ୍କ ତିଥି ଅନୁଯାୟୀ କାମ କରିବାକୁ ହେବ । ତେଣୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରୁଛୁ, ସେମାନେ ଜୁନ ୧ତାରିଖ ବଦଳରେ ଚଳିତ ମାସ ୩୧ ତାରିଖରେ ନବ ବିବାହିତ ଦେବଦମ୍ପତିଙ୍କ ଦର୍ଶନ ନିମନ୍ତେ ଆସି ପ୍ରୀତିଭୋଜନ ଏବଂ ଶୀତଳ ଷଷ୍ଠୀରେ ଯୋଗ ଦେବେ । ଆଜିର ବୈଠକରେ ବ୍ରାହ୍ମଣ ନିଯୋଗର ନାରାୟଣ ମହାପାତ୍ର, ଭାଗିରଥି ମହାସୁଆର, ହିମାଦ୍ରୀ ମହାପାତ୍ର, ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗର ପ୍ରସନ୍ନ ପୂଜାପଣ୍ଡା ଓ ସଚିକାନ୍ତ ପୂଜାପଣ୍ଡା, ପର୍ବ ଜାତ ବିଷୋୟୀ, ପ୍ରଶାନ୍ତ ସମର୍ଥା, ସୁପରଭାଇଜରଙ୍କ ସମେତ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!