Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଜ୍ରପାତ ହେବାରୁ ଜଳିଗଲା ପକେଟରେ ଥିବା ମୋବାଇଲ୍‌

by ସଞ୍ଜୟ ସ୍ୱାଇଁ
October 6, 2021
in State
ବଜ୍ରପାତ ହେବାରୁ ଜଳିଗଲା ପକେଟରେ ଥିବା ମୋବାଇଲ୍‌
191
VIEWS
Share on FacebookShare on Twitter

ଖଜୁରୀପଡା, (ବାଘୁଆବାର୍ତ୍ତା): ଘରକୁ ଚାଲି ଚାଲି ଫେରୁଥିଲେ ନାବାଳକ । ପ୍ୟାଣ୍ଟ୍‌ ପକେଟ୍‌ରେ ଥିଲା ମୋବାଇଲ୍‌ । ନାବାଳକଙ୍କ ନିକଟରେ ବଜ୍ରପାତ ହେବାରୁ ପକେଟରେ ଥିବା ମୋବାଇଲ୍‌ଟି ଜଳିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଖଜୁରୀପଡ଼ା ବ୍ଲକ ବେରେଡ଼ାପଦର ଗ୍ରାମରେ ଘଟିଛି । ଆହତ ନାବାଳକ ବୈଦ୍ଧଚନ୍ଦ୍ର ନାୟକଙ୍କ ୧୩ ବର୍ଷର ପୁଅ ବିନୟ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ବୈଦ୍ଧଚନ୍ଦ୍ର ସୂଚନା ଅନୁଯାୟୀ, ଦିନ ତମାମ ଖରା ରହିଥିଲା । ମାତ୍ର ଅପରାହ୍‌ଣରେ ବର୍ଷା, ପବନ ମାଡ଼ି ଆସିବାସହ ବଜ୍ରପାତ ହୋଇଥିଲା । ବିନୟ ଦୋକାନରୁ ଘରକୁ ଫେରୁଥିଲେ । କିଛି ସମୟ ପରେ ବିନୟ ଘରେ ପହଞ୍ଚିଥାନ୍ତେ । ଏହି ସମୟରେ ଘଟିଗଲା ଏକ ଅଘଟଣ । ବଜ୍ରପାତ ହେବାରୁ ପ୍ୟାଣ୍ଟ ପକେଟ୍‌ରେ ଥିବା ମୋବାଇଲ୍‌ରେ ନିଆଁ ଲାଗିଯାଇଥିଲା । ପ୍ୟାଣ୍ଟ୍‌, ସାର୍ଟରେ ନିଆଁ ଲାଗିଯାଇଥିବାବେଳେ ପାଟି ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ତାଙ୍କୁ ଖଜୁରୀପଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଡାକ୍ତରଖାନାକୁ ନିଆଯାଇଛି । ବିନୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ତାଙ୍କ ପରିବାର ଲୋକ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!