ପାଟଣା, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ପାଟଣା ଥାନା ତାଳପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବଜ୍ରପାତ ଘଟି ମାଆର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି । ଝିଅଟିକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ମହିଳା ହେଲେ ମାଳତୀ ତନ୍ତି ଏବଂ ଗୁରୁତର ଝିଅ ସବିତା ପାତ୍ର । ଆଜି ଅପରାହ୍ନରେ ଉଭୟ ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ମାଆ ମାଳତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ସବିତା ଗୁରୁତର ଅବସ୍ଥାରେ ପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।






