ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଇକିରି ପଂଚାୟତ ଖଇରପଟି ଗ୍ରାମର ଜଣେ ଯୁବକ ବଜ୍ରପାତ ଘଟି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ସୂଚନାନୁସାରେ, ଖଇରପଟି ଗ୍ରାମର ସୁଧାଂଶୁ ଶେଖର ବେହେରା, ମାନସ ବେହେରା, ସଂଦୀପ ପାତ୍ର ଆଜି ବିରିଡ଼ା ମହନଗୁରୁ ବନ୍ଧ ନିକଟରେ ଥିବା ଏକ କୁଡ଼ିଆରେ ବସିଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ତିନିଜଣ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ଡାକ୍ତର ସୁଧାଂଶୁଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଦୁଇ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।






