ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ନୟାଗଡ଼ ସହର ଓ ଆଖପାଖ ଅଂଚଳରେ ବର୍ଷା ପବନ ସାଙ୍ଗକୁ ଘନଘନ ବଜ୍ରପାତ ଲୋକଙ୍କ ମନରେ ଭୟ ସଂଚାର କରିଛି । ଏହି ବଜ୍ରପାତ କାରଣରୁ ବିଶ୍ୱେଷରପୁର ଗ୍ରାମର ଦୁଇ ଜଣ ବ୍ୟକ୍ତି ଅଚେତ ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଥିଲେ । ଡାକ୍ତରଖାନାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ସେହିଭଳି ଗ୍ରାମ ପୋଖରୀ ନିକଟରେ ଚରୁଥିବା ୫ଟି ଛେଳି ଓ ଗୋଟିଏ ମେଣ୍ଡା ମୃତ୍ୟୁ ଘଟିଥିବା ଜଣାଯାଇଛି ।






