ନୟାଗଡ଼, (ବାଘୁଆବାର୍ତ୍ତା): ୭୦ବର୍ଷର ପୁରୁଣା ଐତିହ୍ୟ ସଂପର୍ଣ୍ଣ ଶୈବ ମନ୍ଦିରର ଦଧିନଉତିରେ ବଜ୍ରପାତ ମାଡ଼ ହୋଇଛି । ଯାହାଫଳରେ ଦଧିନଉତି ଟି ଭାଙ୍ଗି ତଳେ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଅବାବନୀୟ ଘଟଣା ଘଟିଛି ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ଖଇରପଟି ଗ୍ରାମରେ ଥିବା ଶୈବ ମନ୍ଦିରରେ । ସୂଚନାନୁସାରେ, ଆଜି ମଧ୍ୟାହ୍ନ ସମୟରେ ଲଗାଣ ବର୍ଷା ଓ ବଜ୍ରାପାତ ହୋଇଥିଲା । ବଜ୍ରପାତ ହେବାରୁ କେନ୍ଦୁଢିପି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମରେ ଥିବା ଶୈବ ମନ୍ଦିରର ଦଧିନଉତିରେ ବଜ୍ରପାତ ମାଡ଼ ହୋଇଥିଲା । ଯାହାଫଳରେ ଶୈବ ମନ୍ଦିରର ଦଧିନଉତି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ୭୦ବର୍ଷର ପୁରୁଣା ମନ୍ଦିର ଏଭଳି କ୍ଷତିଗ୍ରସ୍ତ ହେବା ଦେଖି କେହି କେହି ଗ୍ରାମକୁ ବିପଦ ଥିବା କହୁଥିବା ବେଳେ କେହି କେହି ବିଜ୍ଞାନ ସମ୍ମତ କାରଣ ଦର୍ଶାଇଛନ୍ତି । ୫୦ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ଶୈବ ମନ୍ଦିରକୁ ବିଦ୍ୟୁତ୍ ପରିବାହିର ସୁବିଧା କରାଯିବାର ଆବଶ୍ୟକତା ଥିଲା । ତେଣୁ ଏହି ଘଟଣାକୁ ଦେଖିବା ପାଇଁ ଖଇରପଟି ଗ୍ରାମରେ ଜନସମାଗମ ହୋଇଛି ।





