ଜଳେଶ୍ଵର, (ବାଘୁଆବାର୍ତ୍ତା): ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଓ ବସ୍ତା ବ୍ଲକରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଜଳେଶ୍ବର ବ୍ଲକ୍ ରାଜପୁର ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ବିଲ ରୁଆ କାମ ସାରି ଫେରୁଥିବା ବେଳେ ବଜ୍ରାପାତ ହୋଇଥିଲା । ଜଳେଶ୍ବର ବ୍ଲକ୍ ର ମୃତ ମହିଳା ଜଣଙ୍କ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ ବୋଲି ଜଣାପଡିଛି ।






