ଲକ୍ଷ୍ନୌ, (ବାଘୁଆବାର୍ତ୍ତା): ଉତ୍ତରପ୍ରଦେଶର ଉନ୍ନାଓରେ ଏକ ବିରଳ ଘଟଣା ଦେଖିବାବାକୁ ମିଳିଛି । ୨୦ ବର୍ଷ ଏକାଠି ରହିବା ପରେ ଶେଷରେ ବିବାହ କରିଛନ୍ତି ଦମ୍ପତ୍ତି । ସବୁଠାରୁ କୌତହଳ କଥା ହେଉଛି ବାପା-ମା’ ଙ୍କର ବିବାହ ଦେଖିଲା ୧୩ ବର୍ଷର ପୁଅ । ଦୀର୍ଘ ୨୦ ବର୍ଷ ଏକଠି ରହିବା ପରେ ଏବେ ବିବାହ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବରକୁ ୫୮ ବର୍ଷ ବୟସ ହୋଇଥିବା ବେଳେ ଏବଂ କନ୍ୟାକୁ ୫୦ବର୍ଷ ବୟସ । ବରର ଭଉଣୀ କହିଛନ୍ତି କି ଉଭୟ ୨୦ ବର୍ଷ ପୂର୍ବେ କୋର୍ଟ ବିବାହ କରିଥିଲେ କିନ୍ତୁ କୌଣସି କାରଣରୁ ରୀତିନୀତି ଅନୁଯାୟୀ ବିବାହ ହୋଇପାରିନଥିଲା। କିନ୍ତୁ ସେମାନେ ପରସ୍ପର ସହ ରହୁଥିଲେ। ବର୍ତ୍ତମାନ ପରିବାରର ସହମତି ପରେ ଉଭୟଙ୍କ ବିବାହ ପାରମ୍ପାରିକ ଢଙ୍ଗରେ କରାଯାଇଛି । ଉନ୍ନାଓର ମିୟାଗଞ୍ଜ ବ୍ଲକ ସ୍ଥିତ ରସୁଲପୁର ରୁରୀ ଗାଁର ବାସିନ୍ଦା ନାରାୟଣ ରାୟଦାସ ତାଙ୍କ ପ୍ରେମିକା ରାମରାତିଙ୍କୁ ବିବାହ କରିଛନ୍ତି । କୁହାଯାଉଛି କି ଉଭୟ ଗତ ୨୦ବର୍ଷ ହେଲା ଲାଇଭ-ଇନରେ ରହୁଥିଲେ। ସେମାନଙ୍କର ମଧ୍ୟ ୧୩ ବର୍ଷର ପୁଅ ଅଛି । ଗ୍ରାମ ମୁଖ୍ୟ ଓ ଗ୍ରାମବାସୀ ମିଶି ବିବାହ ଶୋଭାଯାତ୍ରା କରିବା ପାଇଁ ବ୍ୟବସ୍ଥା କରିଥିଲେ । ଏହା ସହ ବର ଓ କନ୍ୟାଙ୍କୁ ନେଇ ଗାଡି ଗାଁ ବାହାରେ ଥିବା ବ୍ରହ୍ମ ଦେବ ବାବାଙ୍କ ମନ୍ଦିରକୁ ନେଇଥିଲେ ପରେ ରୀତିନୀତି ବିବାହ ହୋଇଥିଲା । ଗାଁ ମୁଖିଆଙ୍କ ଦ୍ୱାରା କରାଯାଇଥିବା ଏହି ବିବାହ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।