ଆଠଗଡ଼, (ବାଘୁଆବାର୍ତ୍ତା): ପିତୃ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଦଣ୍ଡ ରାୟ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଠଗଡ। ଆଠଗଡ ଥାନା ବେଣ୍ଟପଦା ଗାଁରେ ୩୦/୪/୨୩ ରିଖରେ ଲୁହା ରଡରେ ପିଟି ବାପାକୁ ହତ୍ୟା କରିଥିଲା ପୁଅ। ଖର୍ଚ୍ଚ କରିବା ପାଇଁ ପୁଅକୁ ବାପା ଟଙ୍କା ନ ଦେବାରୁ ବାପା ବାଲୁଙ୍କେଶ୍ୱର ମହାନ୍ତିକୁ ହତ୍ୟା କରିଥିଲା ପୁଅ ଅପର୍ତ୍ତି ମହାନ୍ତି। ଭୋର ସମୟରେ ବାପା ଫୁଲ ତୋଳୁଥିବାବେଳେ ଲୁହା ରଡରେ ପିଟି ହତ୍ୟା କରିଥିଲା ଅଭିଯୁକ୍ତ ପୁଅ ।