Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷାବିତ ବରିଷ୍ଠ ପ୍ରାଧ୍ୟାପକ ରଜନୀକାନ୍ତ ମିଶ୍ରଙ୍କ ୬୯ତମ ଜନ୍ମବାର୍ଷିକ ପାଳନ

by ସଞ୍ଜୟ ସ୍ୱାଇଁ
June 14, 2025
in Education, Literature, Nayagarh
ଶିକ୍ଷାବିତ ବରିଷ୍ଠ ପ୍ରାଧ୍ୟାପକ ରଜନୀକାନ୍ତ ମିଶ୍ରଙ୍କ ୬୯ତମ ଜନ୍ମବାର୍ଷିକ ପାଳନ
196
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବର୍ତ୍ତା): ଇଂରାଜୀ ବିଭାଗର ମୁଖ୍ୟ ବିଶିଷ୍ଠ ଶିକ୍ଷାବିତ ସ୍ବର୍ଗତ ରଜନୀକାନ୍ତ ମିଶ୍ରଙ୍କ ୬୯ତମ ଜନ୍ମବାର୍ଷିକ ରଜନୀକାନ୍ତ ମିଶ୍ର ସ୍ମୃତି ସଂସଦ, ନୟାଗଡ଼ ତରଫରୁ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ସଭାଗୃହ କକ୍ଷରେ ପାଳନ କରାଯାଇଛି | ଏହି ଉପଲକ୍ଷେ “ଶିକ୍ଷାର ବିକଳ୍ପ ନାହିଁ ” ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା | ଏଥିରେ ବରିଷ୍ଠ ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ବରିଷ୍ଠ ନାଗରିକମଞ୍ଚର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରତାପ କୁମାର ନନ୍ଦ | ସଭାରେ ସଭାପତିତ୍ୱ କରିଥିଲେ ପ୍ରାକ୍ତନ ଅଧକ୍ଷ ଅଶୋକ କୁମାର ନାୟକ | ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବକୃତା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବିଦ୍ୟାବିଜିତା ମହାନ୍ତି ବରିଷ୍ଠ ବିଭାଗ ବକୃତା ପ୍ରତିଯୋଗିତା ଏବଂ କୁଇଜରେ ଟ୍ରଫି ବିଜେତା ହୋଇଥିବା ବେଳେ କନିଷ୍ଠ ବର୍ଗରେ ବିଶ୍ୱବିଜିତା ମହାନ୍ତି ଉଭୟ ବକୃତା ଓ କୁଇଜ ରେ ପ୍ରଥମ ସ୍ଥାନ ଅଧିକାର ପୂର୍ବକ ଟ୍ରଫି ବିଜେତା ହୋଇଥିଲେ | ଉଭୟ ଛାତ୍ରୀ ଦ୍ବୟ ଚମତ୍କାର ବକୃତା ପ୍ରଦାନ କରି ସମସ୍ତଙ୍କ ମନ ଜିଣିଥିଲେ | ନୟାଗଡ଼ ଜିଲ୍ଲାରେ ମାଟ୍ରିକ ଟପର ହୋଇଥିବା ଆଶିଷ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ବ୍ରତୀ ଥିବା ଶ୍ରୀଧର ସାହୁ ଏବଂ ଯୁବ ଗାଳ୍ପିକ ତଥା କବି ଗୋପୀନାଥ ସେଠିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!