ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ଅଧିନରେ ଥିବା ମାନପୁର ଗ୍ରାମର ବିଧୂ ପ୍ରସାଦ ସାଥୁଆଙ୍କ ପରଲୋକ ହୋଇଛି । ସେ ଜଣେ ପରପୋକାରୀ ଓ ମେଳାପି ବ୍ୟକ୍ତି ଥିଲେ । ନୟାଗଡ଼ ତ୍ରିନାଥ ଛକ ନିକଟରେ ତାଙ୍କର ଏକ ବ୍ୟବସାୟ ପ୍ରତିଷ୍ଠାନ ଥିଲା । ମୃତ ବେଳକୁ ତାଙ୍କର ୪୪ବର୍ଷ ହୋଇଥିଲା । ଗତ କିଛିଦିନ ହେଲା ସ୍ୱର୍ଗତ ସାଥୁଆ କିଡିନ୍ ଜନିତ ସମସ୍ୟାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ତାଙ୍କର ପରଲୋକ ହୋଇଯାଇଥିବା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।





