Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଡ଼ ଭିତରୁ ଶିଶୁକୁ ଝାମ୍ପିନେଲା ଚିତାବାଘ

by ସଞ୍ଜୟ ସ୍ୱାଇଁ
October 13, 2021
in Feature News
ଭିଡ଼ ଭିତରୁ ଶିଶୁକୁ ଝାମ୍ପିନେଲା ଚିତାବାଘ
66
VIEWS
Share on FacebookShare on Twitter

ରାଇଘର,(ବାଘୁଆବାର୍ତ୍ତା): ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ପଶି ୬ ବର୍ଷର ଶିଶୁକୁ ଝାମ୍ପିନେଲା ଚିତାବାଘ। ଛତିଶଗଡ଼ର ଧମତରୀ ଜିଲ୍ଲା ଅନ୍ତର୍ଗତ ସିହାସ୍ବା ଠାରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି। ମୃତ ଶିଶୁ ଜଣକ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ୍‌ର ଅମିତ ମର୍କାମ। ନବରାତ୍ରୀ ଯୋଗୁ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ବଳୟକୁ ଭେଦ କରି ଚିତାବାଘ କେମିତି ପଶିଲା ଏବଂ ମଣିଷ ଶିକାର କଲା ସ୍ପଷ୍ଟ ହୋଇପାରି ନାହିଁ।  ଛତିଶଗଡ଼ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରାଇଘର ଠାରୁ ପ୍ରାୟ ୪୫ କିଲୋମିଟର ଦୂର ଛତିଶଗଡ଼ର ଧମତରୀ ଜିଲ୍ଲା ଅନ୍ତର୍ଗତ ସିହାୱା ଗ୍ରାମରେ ରହିଛି ଶୃଙ୍ଗିଋଷି ପର୍ବତ। ଏହି ପର୍ବତରେ ରହିଥିବା ଦେବୀ ମନ୍ଦିରକୁ ପ୍ରତିବର୍ଷ ନବରାତ୍ରୀ ସମୟରେ ବହୁ ସଂଖ୍ୟା ଶ୍ରଦ୍ଧାଳୁ ମାନସିକ ନେଇ ଆସିଥା’ନ୍ତି। ମନ୍ଦିରରେ ଦୀପ ଲଗାଇ ମାନସିକ କଲେ ନିଶ୍ଚିତ ରୂପେ ଫଳପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।  ଜଙ୍ଗଲରେ ଭର୍ତ୍ତି ଶୃଙ୍ଗଋଷି ପାହାଡ଼ରେ ଅନେକ ହିଂସ୍ରଜନ୍ତୁ ରହିଥିବାବେଳେ ଅନେକ ସମୟରେ ଶିକାର ସନ୍ଧାନରେ ମନ୍ଦିର ନିକଟକୁ ଚାଲି ଆସିବାର ନଜିର ରହିଛି। ଗତକାଲି ରାଇଘର ବ୍ଲକ୍‌ ଅନ୍ତର୍ଗତ ତୁରୁଡିହି (ଆଦିବାସୀ) ଗ୍ରାମର ନରେନ୍ଦ୍ର ମର୍କାମ ନିଜ ପରିବାର ସହ ଏହି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ପରିବାର ସହ ନରେନ୍ଦ୍ର ପାହାଡ଼ ତଳକୁ ଓହ୍ଲାଉଥିଲେ। ଏହି ସମୟରେ ହଠାତ୍‌ ଗୋଟିଏ ଚିତାବାଘ ଲମ୍ଫ ଦେଇଥିଲା। ଗର୍ଜନ କରି ଶିକାର ସନ୍ଧାନ କରିଥିବା ବେଳେ ପ୍ରାଣ ବିକଳରେ ଲୋକେ ସୁରକ୍ଷିତ ସ୍ଥାନ ଖୋଜି ଦୌଡ଼ିବା ଆରମ୍ଭ କରିଥିଲେ। କିନ୍ତୁ ନରେନ୍ଦ୍ରଙ୍କ ୬ବର୍ଷର ପୁଅ ଅମିତ ଦୌଡ଼ ନ ପାରି ଚିତାବାଘ ହାବୁଡ଼ରେ ପଶି ଯାଇଥିଲା। କେଇ ମିନିଟ ଭିତରେ କେହି କିଛି ବୁଝିବା ପୂର୍ବରୁ ଅମିତକୁ ବାଘ ଟାଣି ଟାଣି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!