Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲେଖାଶ୍ରୀଙ୍କ ସରକାରଙ୍କୁ ଟାର୍ଗେଟ, PRI ସଦସ୍ୟଙ୍କ ପ୍ରତି ସରକାରଙ୍କ ସମ୍ମାନ ନାହିଁ

by ସଞ୍ଜୟ ସ୍ୱାଇଁ
May 15, 2025
in State
ଲେଖାଶ୍ରୀଙ୍କ ସରକାରଙ୍କୁ ଟାର୍ଗେଟ, PRI  ସଦସ୍ୟଙ୍କ ପ୍ରତି ସରକାରଙ୍କ ସମ୍ମାନ ନାହିଁ
46
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିତକୋଇଲି ଅନାସ୍ଥାକୁ ନେଇ ବର୍ଷିଲେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ୨୦୨୪ ନିର୍ବାଚନ ପରେ କ୍ରମାଗତ ଭାବେ ବିଜେପି ସରକାର ଏବଂ ଅନ୍ୟ କିଛି ଗୋଷ୍ଠୀ ବି ଗଣତନ୍ତ୍ରର ପ୍ରକ୍ରିୟାକୁ ସମ୍ମାନ କରୁନାହାନ୍ତି । ଯେଉଁ ପଂଚାୟତିରାଜ ବ୍ୟବସ୍ଥା ସେମାନଙ୍କୁ ସୁହାଉ ନାହିଁ, ଭାଙ୍ଗିବାକୁ ଚେଷ୍ଟା ସହ ଧମକ ଦିଆଯାଉଛି । ତାକୁ ଭାଙ୍ଗି ବିଜେପି ସମର୍ଥନ ବି ସ୍ୱାଧୀନରେ ଅଧ୍ୟକ୍ଷ ବସାଇବାକୁ ଚାହୁଁଛନ୍ତି । କୁକୁଡାଖଣ୍ଡିରେ କଲେ, ଏବେ ନିଶ୍ଚିନ୍ତକୋଇଲିରେ ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ସମର୍ଥିତ ପିଆରଆଇ ସଦସ୍ୟ ୧୩ ତାରିଖରେ ଅନାସ୍ଥା ଆଣିଥିଲେ । ହେଲେ ଏହା ଦିନକୁ ପୂର୍ବରୁ ଅନାସ୍ଥା ଆଣିଥିବା ନେତା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଗଲେ । ଏଥିରୁ ସ୍ପଷ୍ଟ ହେଲା ଯେ ଅନାସ୍ଥା କାଟ ଖାଇଥାନ୍ତା । ସେହି ଭୟରେ ଏହା କଲେ । ନିର୍ବାଚନ ଅଧିକାରୀ ବି ଛୁଟିରେ ରହିଲେ । ଶାରଦା ପ୍ରଧାନଙ୍କ ଚାପରେ ସେ ଛୁଟିରେ ରହିଲେ ଯେପରି ଅନାସ୍ଥା ନ ଆସି ପାରିବ । ଏହାର ମଧ୍ୟ ତଦନ୍ତ ହେଉ । ପିଆରଆଇ ସଦସ୍ୟଙ୍କୁ କି ରୋଗ ହୋଇଥିଲା, ମେଡିକାଲ ବୋର୍ଡ ଯାଞ୍ଚ କରୁ । ଯେଉଁମାନେ ଗଣତନ୍ତ୍ର ସହ ଖେଳୁଛନ୍ତି, ସେମାନଙ୍କୁ ଦୃଢ ଶିକ୍ଷା ଦିଆଯାଉ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱ ନିର୍ବାଚନ କରିବା, ହେଲେ ନିର୍ବାଚନ ପୂର୍ବ ଦିନ କେମିତି ଛୁଟିରେ ଗଲେ? ଅନ୍ୟ ନିର୍ବାଚନ ଅଧିକାରୀ ବି ଛୁଟିରେ ଗଲେ । ଅନାସ୍ଥା ହାରିବା ଭୟରେ ଏହା କରାଗଲା । ଯେଉଁ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆସିଲା, ସେଠି ଶାରଦା ପ୍ରଧାନଙ୍କ ସମର୍ଥକ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଦୁଇଟି ଏଫଆଇଆର ହୋଇଛି । ତଦନ୍ତ ହେଉ । ଭୋଟିଙ୍ଗ ଯେବେ ହୋଇ ପାରିଲା ନାହିଁ, ଉପଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ଆସିଲା ଯେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହା ସ୍ଥଗିତ ରହିଲା । ହେଲେ ଥରେ ତାରିଖ ମିଳିଲେ, ଆଉ ନୂଆ ତାରିଖ ଦିଆଯାଇ ପାରିବ ନାହିଁ । ଏହା ସରକାରୀ ମାନୁଆଲରେ ଅଛି । କେଉଁ ଆଇନ ବଳରେ ଆଉ ଏକ ତାରିଖ ଦିଆଗଲା । କୁକୁଡାଖଣ୍ଡିରେ ବି ତିନି ଥର ନୁଆ ତାରିଖ କେଉଁ ଆଧାରରେ ଦିଆଯାଉଛି । ମୋହନ ସରକାରରେ ଲୋକ ପ୍ରତିନଧୀଙ୍କ କୌଣସି ସମ୍ମାନ ନାହିଁ । ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ । ଆଇଆରଆଇ ସଦସ୍ୟଙ୍କୁ ସୁରକ୍ଷା ଦିଆଯାଉ । ଧମକାଇ ଥିବା ଲୋକଙ୍କୁ ଗିରଫ କରାଯାଉ ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!