ଦଶପଲ୍ଲା,(ବାଘୁଆବାର୍ତ୍ତା): ଦଶପଲ୍ଲାରେ ପ୍ରଶାସନର କୋଭିଡ୍ କଟକଣା ସତ୍ତ୍ୱେ ୩ଟି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଛି । ଦଶପଲ୍ଲାର ଲକ୍ଷ୍ମୀବଜାର ବଣିକ ସଂଘ, ସାର୍ବଜନୀନ ଲକ୍ଷ୍ମୀପୂଜା କମିଟି ଓ ସାତପାଟଣା ଲକ୍ଷ୍ମୀପୂଜା ସମିତି ପକ୍ଷରୁ ଆନୁଷ୍ଠାନିକ ଭାବେ ମା\’ଙ୍କର ପୂଜା ବିଧିରକ୍ଷା ନିମନ୍ତେ କରାଯାଇଛି । ଲକ୍ଷ୍ମୀବଜାରର ସ୍ଥାନୀୟ କୁଆଁରିଆ ନଦୀରୁ ପବିତ୍ର ଜଳ କଳସ ଅଣାଯାଇ ମା\’ଙ୍କ ମଣ୍ଡପରେ ପୂଜା କରାଯାଇଛି । ମଣ୍ଡପର ସମ୍ମୁଖ ଭାଗରେ କନାଘେର ଟଣାଯାଇଥିବାରୁ ଭକ୍ତ/ଦର୍ଶକମାନେ ମା’ଙ୍କ ଦର୍ଶନରୁ ନିରାଶ ହେବାକୁ ପଡିଛି ।





