କୋଲକାତା, (ବାଘୁଆବାର୍ତ୍ତା): ଜଣେ ୪୨୦ ହାଇକୋର୍ଟ ଓକିଲଙ୍କୁ ବାନ୍ଧିଛି ପୁଲିସ। ସେ ହାଇକୋର୍ଟର ଓକିଲ ହୋଇଥିଲେ ହେଁ ଜମି ଓ ବିଲଡିଂ ହଡ଼ପ ପାଇଁ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଉଥିଲେ। ଏହି ଘଟଣାରେ କୋଲକାତା ପୁଲିସ ସଂପୃକ୍ତ ନକଲି ସିବିଆଇ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ସନାତନ ରାୟ ଚୌଧୁରୀ। ସେ କ୍ୟାଲକାଟା ହାଇକୋର୍ଟର ଜଣେ ଓକିଲ। ତାଙ୍କୁ ଠକେଇ, ନିଜକୁ ନକଲି ସରକାରୀ ଅଧିକାରୀର ପରଚିୟ ଦେଇ ଲୋକଙ୍କୁ ଠକିବା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ କରଯାଇଛି। ସେ ଗରିହାଟ ପୁଲିସ ଷ୍ଟେସନ ଅଧୀନରେ ଅନ୍ୟମାନଙ୍କ ସହ ମିଶି ଜମି ଅକ୍ତିଆର କରିଥିଲେ। ଅଭିଯୁକ୍ତ ସନାତନ ସବୁବେଳେ ନୀଲ ରଙ୍ଗର ବତୀ ଲାଗିଥିବା କାରରେ ଚଲାବୁଲା କରୁଥିଲେ ଓ ନିଜକୁ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ଭାବେ ପରିଚୟ ଦେଉଥିଲେ। ତେବେ ସୋଶାଲ ମିଡିଆରେ ସେ ନଜକୁ ସିବିଆଇର ସ୍ୱତନ୍ତ୍ର ଓକିଲ ଭାବେ ଚିତ୍ରଣ କରିଥିଲେ। ସୋଶାଲ ମିଡିଆରେ ସେ ଏମିତି କିଛି ସବୁ ତଥ୍ୟ ଉପସ୍ଥାପନ କରିଥିଲେ ଯେ ଯାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଛି। ଏହାକୁ ଆଧାର କରି କୋଲକାତା ପୁଲିସ୍ ଆଜି ସନାତନଙ୍କୁ ଗିରଫ କରିଛି। କିଛି ଦିନ ତଳେ କୋଲକାତାରୁ ଜଣେ ନକଲି ଆଇପିଏସ ଦେବାଞ୍ଜନ ଦେବଙ୍କୁ ଗିରଫ କରାଯାଇଥିଲେ। ସେ ନକଲି ଟିକା କ୍ୟାମ୍ପ ଜରିଆରେ ଶହଶହ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିଲେ। କୋଲକାତା ପୁଲିସର ଏସଆଇଟି ନକଲି ଟିକା କ୍ୟାମ୍ପର ତଦନ୍ତ କରୁଥିବା ବେଳେ ଦେବାଞ୍ଜନଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି।





