ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡା ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀ ପତାକା ଉତ୍ତୋଳନ କରି ଉକ୍ତ କ୍ରୀଡା ଉତ୍ସବକୁ ଉଦ୍ଘାଟିତ କରିଥିବା ବେଳେ ଲାଠିପଡା ସରପଞ୍ଚ ସରସ୍ୱତୀ ପଗଡ଼ ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେଶ କୁମାର ପ୍ରଧାନ, ପବିତ୍ର ମୋହନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ ।

ଉକ୍ତ ପ୍ରତିଯୋଗୀତାରେ ବାରଗୋଟି ଇଭେଣ୍ଟରେ ବିଦ୍ୟାଳୟର ପାଞ୍ଚଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀକୃଷ୍ଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ଶିକ୍ଷକ ସୁରେଶ ସେଠି, ବୃନ୍ଦାବନ ବେହେରା, ଅଖିଳ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।







