ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଠିପଡା ପରିସରରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଚତୁର୍ଭୁଜ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀ, ସହ ସମ୍ପାଦକ ବୃନ୍ଦାବନ ସାହୁ, ଉପସଭାପତି ପ୍ରଭାତ କୁମାର ରାମ, ପରିଚାଳନା କମିଟିର ସଭାପତି ସୁରେଶ କୁମାର ପ୍ରଧାନ, ମୋ ସ୍କୁଲ ସଭାପତି ପ୍ରହଲ୍ଲାଦ ସାହୁ, ପବିତ୍ର କୁମାର ବେହେରା, ପବିତ୍ର କୁମାର ସାହୁ, ସନାତନ ବେହେରା, ସୁରେଶ ସେଠୀ, ବୃନ୍ଦାବନ ବେହେରା, ଅଖିଳ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସୁବର୍ଣ୍ଣ ଜୟନ୍ତୀ କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।







