Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ରାତିରେ ଭାଗ୍ୟ ପରିବର୍ତ୍ତନ, କାର୍ ଚାଳକରୁ କୋଟିପତି

by ସଞ୍ଜୟ ସ୍ୱାଇଁ
December 25, 2022
in WORLD
ଗୋଟିଏ ରାତିରେ ଭାଗ୍ୟ ପରିବର୍ତ୍ତନ, କାର୍ ଚାଳକରୁ କୋଟିପତି
432
VIEWS
Share on FacebookShare on Twitter

ୟୁଏଇ, (ବାଘୁଆବାର୍ତ୍ତା): କାର୍ ଚାଳକରୁ କୋଟିପତି । ଗୋଟିଏ ରାତିରେ ଭାଗ୍ୟ ପରିବର୍ତ୍ତନ । ଲଟେରୀ ଲେଖିଲା ନୂଆ କାହାଣୀ । ୩୩କୋଟିର ମାଲିକ ଭାରତୀୟ ଡ୍ରାଇଭର । ଏହାକୁ ଭଗବାନଙ୍କ ଆଶୀର୍ବାଦ କୁହାଯିବ ନା ଅନ୍ୟ କିଛି । କାଲି ଯିଏ ସାଧାରଣ ଗାଡ଼ିଚାଳକ ଥିଲା ଆଜି ସେ କୋଟିପତି । ଗୋଟିଏ ଲଟେରୀ ସଂସାର ସ୍ରୋତରେ ଭବିଷ୍ୟତ ସନ୍ଧାନ କରୁଥିବା ଜୀବନ ଡଙ୍ଗାକୁ କୂଳରେ ଲଗାଇ ଦେଇଛି । ଚାକିରି ସନ୍ଧାନରେ ଦେଶ ଛାଡ଼ିଥିବା ଯୁବକ ଦୁବାଇରେ ଜିତିଛନ୍ତି ଜ୍ୟାକପୋର୍ଟ । କୋଟି କୋଟି ଟଙ୍କାର ଲଟେରୀ ଜିତି ଗୋଟିଏ ରାତିରେ ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି ୩୧ ବର୍ଷୀୟ ଯୁବକ ଅଜୟ ଓଗୁଲା । ରିପୋର୍ଟ ଅନୁଯାୟୀ, ଲଟେରୀ ବଦଳାଇ ଦେଇଛି ଗାଡ଼ିଚାଳକ ଅଜୟ ଓଗୁଲାଙ୍କ ଭବିଷ୍ୟତ । ଏମିରାଇଟ୍ସ ଲକି ଡ୍ର’ର ଈଜି-୬ ଗ୍ରାଣ୍ଡ୍ ପ୍ରାଇଜ୍ ଜିତିଛନ୍ତି ଅଜୟ । ଲଟେରୀ ମଧ୍ୟମରେ ୧୫ମିଲିୟନ ୟୁଏଇ ମୁଦ୍ର ଅର୍ଥାତ୍ ୩୩କୋଟି ୭୦ଲକ୍ଷ ଟଙ୍କାର ମାଲିକ ହୋଇଯାଇଛନ୍ତି । ହଠାତ୍ ଏତେ ଟଙ୍କାର ଲକି ଡ୍ର’ ଉଠିଥିବା ଶୁଣି ଆଶ୍ଚର‌୍ୟ୍ୟ ହୋଇଯାଇଥିଲା ଅଜୟ । ପରିବାର ଲୋକ ମଧ୍ୟ ତାଙ୍କ କଥାକୁ ବିଶ୍ବାସକୁ ନେଇନଥିଲେ । ହେଲେ ଜ୍ୟାକପୋଟ୍, ସାମାନ୍ୟ ଡ୍ରାଇଭରଙ୍କ ଭାଗ୍ୟ ପରିବର୍ତ୍ତନ କରିଛି । ରାତାରାତି କୋଟିପତି ବନିଯିବା ପରେ ଅଜୟ ଓଗୁଲାଙ୍କ ଖୁସିର ପାରାମିଟର ଉପର ମୁହାଁ ହୋଇଛି । ଏତେ ଗୁଡ଼ିଏ ଟଙ୍କାକୁ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ଯୁବକ । ନିଜ ଗାଁ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହିତ ଏକ ଚାରିଟେବ୍ଲ ଟ୍ରଷ୍ଟ କରିବେ ବୋଲି ଚିନ୍ତା କରିଛନ୍ତି । ଗରିବଙ୍କ ସମସ୍ୟାର ସାଥି ହେବେ ବୋଲି କହିଛନ୍ତି ଅଜୟ। ୩୧ ବର୍ଷୀୟ ଅଜୟ ଓଗୁଲା ଦକ୍ଷିଣ ଭାରତର ବାସିନ୍ଦା। ୪ବର୍ଷ ତଳେ ଚାକିରି ଅନୁସନ୍ଧାନରେ ଭାରତ ଛାଡ଼ି ଦୁବାଇ ଚାଲିଯାଇଥିଲେ । ସେଠାରେ ଏକ ଜୁଏଲାରୀ ଦୋକାନରେ ଡ୍ରାଇଭର ଭାବେ ନିୟୋଜିତ ହୋଇ ପ୍ରତିମାସ ୩୨ଶହ ୟୁଏଇ ମୁଦ୍ରାରେ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏମିରାଇଟ୍ସ ଲକି ଡ୍ର’ର ଈଜି-୬ ଗ୍ରାଣ୍ଡ ପ୍ରାଇଜ୍ ତାଙ୍କ ଭବିଷ୍ୟତ କାହାଣୀ ଲେଖିଛି । ଲେଟେରୀ ଜିତିବା ପରେ ଖୁସିରେ ଆତ୍ମହରା ହୋଇଛନ୍ତି ଅଜୟ । ସୋସିଆଲ୍ ମିଡିଆରେ ତାଙ୍କ କାହାଣୀ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!