ମାଲକାନଗିରି (ବାଘୁଆବାର୍ତ୍ତା): ଲସି ପିଇ ଶତାଧିକ ଗୁରୁତର ହେବା ଘଟଣା । ମାମଲାରେ ଜଣେ ନାବାଳିକାର ମୃତ୍ୟୁ । ମାଲକାନାଗିରି ସିମିଳିବାଞ୍ଛା ଗାଁର ୧୨ ବର୍ଷ ଝିଅ ଅଡମା ମାଡକାମିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଖି ବୁଜିଛନ୍ତି ନାବାଳିକା । ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ କୁର୍ତ୍ତି ସାପ୍ତାହିକ ହାଟରୁ ବିଷାକ୍ତ ଲସି ପିଇ ଶତାଧିକ ଗୁରୁତର ହୋଇଥିଲେ । ଯାହାପରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ସେଦିନ କୁର୍ତ୍ତୀ ସାପ୍ତାହିକ ହାଟରେ ଲସି ବିକ୍ରି କରିଥିବା ଦୁଇ ଜଣ ବ୍ୟବସାୟୀ ଶୁକଦେବ ପୋଦ୍ଦାର ଓ ସାମଲ ପୋଦ୍ଦାରକୁ ଏମ.ଭି.୭୯ ଥାନା ପୋଲିସ ଗିରଫ କରିଛି । ଏମାନେ ଲସି ତିଆରି କରିବା ସମୟରେ ମାଛ ପେଡିର ବରଫ ସହ ପଚ୍ଚା କଦଳି ଓ ଅନେକ ଦିନ ତଳର ପୁରୁଣା ଦହି ବ୍ୟବହାର କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।






