ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୈାରାଞ୍ଚଳ ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ଗଳି ବାସିନ୍ଦା ଏବଂ ଜଷ୍ଟିସ୍ ଅନୁଷ୍ଠାନ ପକ୍ଷରୁ ଆଜି ଏକ କଳାପତାକା ଓ ଲଣ୍ଠନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାସିନ୍ଦାମାନେ ଦୀର୍ଘଦିନ ଧରି ନାନାଦି ସମସ୍ୟାରେ ଜର୍ଜ୍ଜରିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ସ୍ଥାୟୀ ସମାଧାନ କରାଯାଉ ନାହିଁ । ଏହି ଗଳିରେ ଡ୍ରେନ ନିର୍ମାଣରେ ତ୍ରୁଟି କାରଣରୁ ଲୋକଙ୍କ ଘରେ ନର୍ଦ୍ଦମା ଜଳ ପଶୁଥିବା । ରାସ୍ତାକୁ କାମ ଆଳରେ ଅବରୋଧ କରାଯିବା ଏବଂ ଯୋଗାଇ ଦିଆ ଯାଉଥିବା ପାନୀୟ ଜଳରେ ବର୍ଜ୍ଜ୍ୟ ମିଶି ଆସୁଥିବା ନେଇ ସ୍ଥାନୀୟ ବାସିନ୍ଦ ଅଭିଯୋଗ କରିବା ସହ ଆଜି ପାଟଚଣ୍ଡି ମନ୍ଦିର ନିକଟରୁ ଏକ କଳାପତାକା ଓ ଲଣ୍ଠନ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମଖେ ଆସିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସ୍ଥାନୀୟ ବାସିନ୍ଦା ବିକ୍ଷୋଭ ପଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।






