Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲଣ୍ଡା ପାହାଡ଼ ପାଲଟିଲା ସବୁଜ ବନାନୀ

by ସଞ୍ଜୟ ସ୍ୱାଇଁ
June 2, 2025
in State
ଲଣ୍ଡା ପାହାଡ଼ ପାଲଟିଲା ସବୁଜ ବନାନୀ
57
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ସରକାର ଜନସାଧାରଣଙ୍କ ହିତକୁ ଦେଖି ଯୋଜନା କରିଥାନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଯୋଜନାର ସୁଫଳ ନିର୍ଭର କରୁଛି। କିଛି ଯୋଜନା ସଫଳ ହେଉଥିବା ବେଳେ ଆଉ କିଛି ଯୋଜନା ବିଫଳ ମଧ୍ୟ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଗୋଟିଏ ଯୋଜନା ସଫଳ ହେଉଥିବା ବେଳେ ଆଉ ଗୋଟିଏ ଯୋଜନା ଫେଲ୍ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହି ବନଖଣ୍ଡର ଗ୍ୟାଲେରି ରେଞ୍ଜର ତିଲିସିଙ୍ଗିରେ ଥିବା ଲଣ୍ଡା ପାହାଡ଼କୁ ବନ ବିଭାଗ କର୍ମଚାରୀ ଏକ ବର୍ଷ ମଧ୍ୟରେ ସବୁଜ ବନାନୀରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି। ଯାହାକି ବନ ବିଭାଗ ପାଇଁ ପ୍ରଶଂସା ଆଣିଛି। ଏଥିସହ ଅନ୍ୟ ରେଞ୍ଜ ପାଇଁ ତାହା ଉଦାହରଣ ପାଲଟିଛି। ସୂଚନାଯୋଗ୍ୟ, ତିଲିସିଙ୍ଗି ପାହାଡ଼ଟି ରାଜସ୍ବ ବିଭାଗ ଅଧୀନରେ ଥିଲା। ରାଜସ୍ବ ବିଭାଗ ଅଧିକାରୀମାନେ ବିଗତ ଦିନରେ ଉକ୍ତ ପାହାଡ଼ର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ନ ଥିଲେ। ଗତବର୍ଷ ବନ ବିଭାଗ ଅଧିକାରୀ ଉକ୍ତ ଲଣ୍ଡା ପାହାଡ଼କୁ ବନୀକରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୫ ହେକ୍ଟର ଲଣ୍ଡା ପାହାଡ଼ରେ ପ୍ରାୟ ୮ ହଜାର ବଡ ଚାରା ଲଗାଯାଇଥିଲା। ବର୍ତ୍ତମାନ ଚାରାଗୁଡ଼ିକ ବହୁତ ବଡ଼ ହେବା ସହ ପାହାଡ଼ଟି ସବୁଜ ବନାନୀରେ ପରିଣତ ହୋଇଛି। ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ଆଶାଲତା ଦିଗାଲ, ବନପାଳ ଶୁଭସ୍ମିତା ପାତ୍ରଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆଜି ଲଣ୍ଡା ପାହାଡ଼ ସବୁଜ ବନାନୀରେ ପରିଣତ ହୋଇପାରିଛି। କିନ୍ତୁ ଉକ୍ତ ଲଣ୍ଡା ପାହାଡ଼କୁ ଲାଗି ଏବେବି ଆହୁରି ଅନେକ ହେକ୍ଟର ଜମି ପଡ଼ିଆ ପଡ଼ିଛି। ତାକୁ ମଧ୍ୟ ସବୁଜ ବନାନୀରେ ପରିଣତ କରିବା ପାଇଁ ଦାବି ହୋଇଛି। ଅନ୍ୟପଟେ ଏହି ବନଖଣ୍ଡର ତାରସିଂ ରେଞ୍ଜ କାର୍ଯ୍ୟାଳୟଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ସଂରକ୍ଷିତ ଜଙ୍ଗଲରୁ ଦିନ ବେଳେ ଜାତୀୟ ରାଜପଥ କଡ଼ରୁ କାଠ ଚୋରି ହେଉଛି। ଲୋକେ ବିଭିନ୍ନ ସମୟରେ ଜଙ୍ଗଲକୁ ଯାଇ ବଡ଼ କାଠ ଗଣ୍ଡିକୁ ଜାଳେଣି କାଠ ଭାବେ କାଟି ଜଙ୍ଗଲରେ ପକାଇ ଦିଅନ୍ତି। କାଠଗୁଡ଼ିକ ଶୁଖିଲା ପରେ ତାକୁ ସୁବିଧା ସୁଯୋଗ ଦେଖି ବିଭିନ୍ନ ମାଧ୍ୟମରେ ନେଇଥାନ୍ତି। ଏଥିସହ କିଛି ମାସ ପୂର୍ବେ ରେଞ୍ଜ କାର୍ଯ୍ୟାଳୟକୁ ଲାଗିଥିବା ଏକ ସ୍ଥାନରୁ ଏକାଧିକ ଚନ୍ଦନ ଗଛ ଚୋରି ହୋଇଥିଲା। ଏହି ମାମଲାରେ ବନ ବିଭାଗ ଅଧିକାରୀ କାହାରିକୁ ମଧ୍ୟ ଗିରଫ କରିନାହିଁ। ଏହିଭଳି ଉକ୍ତ ରେଞ୍ଜରେ ଲୋକେ ଜଙ୍ଗଲରୁ ଅନେକ ସମୟରେ ମୂଲ୍ୟବାନ କାଠ କାଟି ନେଉଥିବା ଅଭିଯୋଗ ହେଉଛି। ଯାହାକି ଚିନ୍ତାଜନକ ବିଷୟ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!