Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୁଣା ଜମି ବିବାଦକୁ ନେଇ ସଂଘର୍ଷ, ଜଣେ ମୃତ, ୬ ଗୁରୁତର

by ସଞ୍ଜୟ ସ୍ୱାଇଁ
June 20, 2021
in Crime, State
ପୁରୁଣା ଜମି ବିବାଦକୁ ନେଇ ସଂଘର୍ଷ, ଜଣେ ମୃତ, ୬ ଗୁରୁତର
103
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲିରେ ଜମି ବିବାଦକୁ କେନ୍ଦ୍ର କରି ରବିବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି । ଏଥିରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ କୁଟୁରାପାଲି ଗାଁର ପ୍ରସନ୍ନ ବାଗ୍ । ଆଜି ସକାଳ ପ୍ରାୟ ୭ ଟା ସମୟରେ ପ୍ରସନ୍ନ ବାଗ୍ ନିଜ ଜମିରେ ଧାନ ବୁଣିବାକୁ ଯାଇଥିଲେ । ସେଠାରେ କୁଟରାପାଲି ଗାଁର ଦଶରଥ ବାଗ, ନିଲ ବାଗ, କୈଳାସ ଷାଣ୍ଢ ଓ ମନବୋଧ ବାଗ୍ ପହଞ୍ଚି ବିଲରେ ଧାନ ବୁଣିବାକୁ ପ୍ରସନ୍ନଙ୍କୁ ମନା କରିଥିଲେ । ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ରେ ପ୍ରସନ୍ନ ବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପଖ୍ୟର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଜମି କୁ ନେଇ ଉଭୟ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା । ଏପରିକି ମାମଲା ଲୋଇସିଂହା ଥାନାରେ ପହଞ୍ଚିଥିଲା । ଉଭୟ ପକ୍ଷ ଠେଙ୍ଗା ଓ ଟାଙ୍ଗିଆରେ ପରସ୍ପରଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଓ ପ୍ରତିଆକ୍ରମଣରେ ପ୍ରସନ୍ନ ବାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରସନ୍ନଙ୍କ ସଂପର୍କୀୟ କସରତ ବାଗ ଗୁରୁତର ଥିବା ଜଣାପଡିଛି । ଲୋଇସିଂହା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ମୃତ ଓ ଆହତ ବ୍ୟକ୍ତି ମାନଙ୍କୁ ଲୋଇସିଂହା ଡାକ୍ତରଖାନା କୁ ଆଣିଥିଲେ । ଦଶରଥ ବାଗ ଓ ମୃତ ପ୍ରସନ୍ନଙ୍କ ସଂପର୍କୀୟ କସରତ ବାଗଙ୍କୁ ସଂକଟାପନ୍ନ ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ତିନିଜଣ ଗୁରୁତରଙ୍କୁ ମଧ୍ୟ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!