Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ମହିଳା ଦଳ ରଚିଲେ ଇତିହାସ, ଲନ ବଲ୍ସରେ ପ୍ରଥମ ଥର ଜିତିଲେ ସ୍ଵର୍ଣ୍ଣ ପଦକ

by ସଞ୍ଜୟ ସ୍ୱାଇଁ
August 2, 2022
in NATIONAL NEWS, Sports
ଭାରତୀୟ ମହିଳା ଦଳ ରଚିଲେ ଇତିହାସ, ଲନ ବଲ୍ସରେ ପ୍ରଥମ ଥର ଜିତିଲେ ସ୍ଵର୍ଣ୍ଣ ପଦକ
48
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ମହିଳା ଦଳ ଇତିହାସ ରଚିଛନ୍ତି। ଲନ ବଲ୍ସ ପ୍ରତିଯୋଗିତାର ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ସ୍ଵର୍ଣ୍ଣ ପଦକ ଜିତିଛି। ୯୨ ବର୍ଷର ଇତିହାସରେ ପ୍ରଥମ ଥର ଭାରତ ଏହି ଇଭେଣ୍ଟରେ କୌଣସି ପଦକ ଜିତିଛି। ସେ ପୁଣି ଏକାଥରକେ ସ୍ଵର୍ଣ୍ଣ ପଦକ। ମହିଳା ଦଳର ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି ଲଭଲି ଚୌବେ, ପିଙ୍କି, ନୟାନମୋନୀ ସାଇକିଆ, ରୂପା ରାଣୀ। ଏହି ଖେଳାଳିମାନେ ଲଗାତାର ଭଲ ପ୍ରଦର୍ଶନ କରି ଦେଶକୁ ସ୍ଵର୍ଣ୍ଣ ପଦକ ଦେଇଛନ୍ତି। ଫାଇନାଲ୍‌ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ମାତ୍ ଦେଇଛି। ପ୍ରାୟ ଅଢେଇ ଘଣ୍ଟା ଧରି ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ କେତେବେଳେ ଭାରତ ଆଗରେ ରହୁଥିଲା ତ ଆଉ କେତେବେଳେ ପଛରେ। ଆରମ୍ଭରୁ ଭାରତ ଅଗ୍ରଣୀ ହାସଲ କରିଥିଲା, ହେଲେ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିଥିଲା। କିନ୍ତୁ ଶେଷରେ ଭାରତ ଦମଦାର ପ୍ରଦର୍ଶନ କରି ମ୍ୟାଚ୍‌କୁ ୧୭-୧୦ରେ ଜିତିବାରେ ସଫଳ ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ୪ ସ୍ଵର୍ଣ୍ଣ, ୩ ରୌପ୍ୟ ଏବଂ ୩ କାଂସ୍ୟ ପଦକ ରହିଛି। ଏହା ପୂର୍ବରୁ ସେମି ଫାଇନାଲରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ୧୬-୧୩ରେ ମାତ୍ ଦେଇଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!