Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲନ୍ ବଲ୍‌ରେ ରୌପ୍ୟ ପଦକ

by ସଞ୍ଜୟ ସ୍ୱାଇଁ
August 6, 2022
in NATIONAL NEWS, Sports
ଲନ୍ ବଲ୍‌ରେ ରୌପ୍ୟ ପଦକ
33
VIEWS
Share on FacebookShare on Twitter

ବର୍ମିଂହାମ, (ବାଘୁଆବାର୍ତ୍ତା): ମହିଳାଙ୍କ ଭଳି ଭାରତୀୟ ପୁରୁଷ ଟିମ୍‌ ଲନ ବଲ ଫୋର ଇଭେଣ୍ଟରେ ପଦକ ହାସଲ କରିଛି। ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଟିମ୍‌ ଫାଇନାଲରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ପ୍ରଥମଥର ପାଇଁ ଭାରତୀୟ ପୁରୁଷ ଦଳ ଲନ ବଲରେ ପଦକ ଜିତି ଇତିହାସ ରଚିଛି। ଫାଇନାଲରେ ଭାରତର ମୁକାବିଲା ନର୍ଦ୍ଦନ ଆୟର୍ଲ୍ୟାଣ୍ଡ ସହ ହୋଇଥିଲା। ଏହି ମ୍ୟାଚରେ ଭାରତୀୟ ଟିମ୍ ୫-୧୮ରେ ହାରି ଯାଇଛି। ସୁନୀଲ ବାହାଦୂର, ଦୀନେଶ କୁମାର, ଚନ୍ଦନ କୁମାର ସିଂହ ଓ ନଭନୀତ ସିଂହଙ୍କୁ ନେଇ ଗଠିତନ ହୋଇଥିବା ଭାରତୀୟ ଟିମ ଆରମ୍ଭରୁ ହିଁ ବ୍ୟାକଫୁଟରେ ରହିଥିଲା। ପୂରା ମ୍ୟାଚରେ ନର୍ଦ୍ଦନ ଆୟର୍ଲ୍ୟାଣ୍ଡର ଦବଦବା ଦେଖିବାକୁ ମିଳିଥିଲା। ଏପରି କି ଦଳ ଗୋଟିଏ ଥର ବି ଭାରତକୁ ଲିଡ୍ ହାସଲ କରିବାକୁ ଦେଇ ନଥିଲା। ଶେଷରେ ଫାଇନାଲରେ ମ୍ୟାଚ୍‌କୁ ଦଳ ୧୮-୫ରେ ଜିତି ନେଇଥିଲା। ଏହାପୂର୍ବରୁ ଭାରତୀୟ ମହିଳା ଦଳ ଲନ ବଲ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ହରାଇ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ହେଲେ ପୁରୁଷ ଟିମ ଫାଇନାଲରେ ହାରି ଯାଇଛନ୍ତି। ଆଜିର ରୌପ୍ୟ ପଦକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏଥିରେ ୯ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ରହିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!