ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଭାବେ ବିଜେପି ନେତା ଲାଲା ମନୋଜ ରାୟଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ନୟାଗଡ଼ର ବିଜେପି ବିଧାୟିକା ପାର୍ଥିନୀ ଇରାନୀ ରାୟଙ୍କ ସ୍ୱାମୀ ଲଲା ମନୋଜ ରାୟ ନୟାଗଡ଼ରେ ବିଜେପିକୁ ଆଗକୁ ନେବାକୁ ବହୁ ପଦକ୍ଷେପ ନେଉଥିଲେ । ନୟାଗଡ଼ରେ ମଧ୍ୟ ଶ୍ରୀଯୁକ୍ତ ରାୟ ବିଧାୟକ ପାର୍ଥୀ ଭାବେ ନିର୍ବାଚନ ଲଢ଼ିବା ସହ ତୃଣମୂଳ ସ୍ତରରେ କର୍ମୀଙ୍କ ନିକଟତ୍ତର ଥିଲେ । ତାଙ୍କୁ ବିଜେପି ନେତା ଘୋଷଣା କରାଯିବା ପରେ ବିଜେପି କର୍ମୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।





