ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଲଗ୍ନଜିତ ରାଉତ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ନିକଟରେ ସେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାର ତାଙ୍କୁ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି କରିଥିଲେ ।

ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ନୟାଗଡ଼ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଏଥି ସହିତ ରଣପୁର ବ୍ଲକର ବିଡିଓ ଭାବେ କାର୍ଯ୍ୟ କରିଥିଲେ । ଏଠାରେ କାର୍ଯ୍ୟରତ ସିଡିଓ ଦେବଦତ ପଣ୍ଡାଙ୍କର କୌଣସି ସ୍ଥାନକୁ ବଦଳି ହୋଇନାହିଁ ।






