ବଲାଙ୍ଗୀର, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସ୍ଥିତ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଚମ୍ପଟ ମାରିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ଜଣାପଡିଛି । ରବିବାର ରାତିରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ପୋଲିସ ବ୍ୟାରେକରୁ ଖସି ପଳାଇଥିବା ସୂଚନା ମିଳିଛି । ଶିକ୍ଷୟିତ୍ରୀ ଜଣଙ୍କ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲରେ କାର୍ୟ୍ୟରତ ଥିଲେ। ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଗତ ୮ ତାରିଖଠାରୁ ସ୍କୁଲକୁ ଆସି ନିଖୋଜ ଅଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ।






