ମାଲକାନଗିରି, (ବାଘୁଆବାର୍ତ୍ତା): ଛତିଶଗଡ଼ ଦାନ୍ତେୱାଡାରେ ପୁଲିସ୍ ମାଓବାଦୀ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମହିଳା ମାଓନେତ୍ରୀ ନିହତ ହୋଇଥିବା ଜଣାପଡିଛି । ତାଙ୍କର ପରିଚୟ ମିଳିନଥିବା ବେଳେ ଉକ୍ତ ମହିଳାଙ୍କ ନିକଟରୁ ଏକେ-୪୭ ଜବତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଦାନ୍ତେୱାଡା ଜିଲ୍ଲା କୁମାକଲେଙ୍ଗ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥରଲା । ଏହାପରେ ଜଗଦଲପୁର ଓ ଦାନ୍ତେୱାଡା ପୁଲିସ୍ ଡିଆଇଜି ଯାବନଙ୍କୁ ଘଟଣାସ୍ଥଳକୁ ଅପରେସନ୍ ପାଈଁ ପଠାଯାଇଥିଲା । ସେଠାରେ ମାଓବାଦୀମାନେ ପୁଲିସ୍ ଓ ଯାବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ପାଲଟା ଯବାବ ଦେଇଥିଲା ସୁରକ୍ଷା ବାହିନୀ । ଏହି ଗୁଳି ଚଳାଚଳରେ ଜଣେ ମହିଳା ମାଓନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।






