Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାତିଛନ୍ତି ମହିଳା ଚୋର

by ସଞ୍ଜୟ ସ୍ୱାଇଁ
April 29, 2021
in Crime, State
ମାତିଛନ୍ତି ମହିଳା ଚୋର
302
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଲକ୍ଷ୍ମୀପୁର ବ୍ଳକ ସଦରରେ କିଛି ଦିନ ହେବ ଏବେ ବାହାର ଅଞ୍ଚଳର ଅଣ ଓଡ଼ିଆ ଲୋକେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଘର ଘର ବୁଲି ବିଭିନ୍ନ ଜିନିଷ ବିକ୍ରି କରୁଛନ୍ତି କେହି ଖାଇବାକୁ ଟିକେ ଦିଅ ବୋଲି ମାଗୁଛନ୍ତି । ଏହାରି ଆଳରେ ସୁବିଧା ଦେଖି ଘର ଭିତରେ ପଶି ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି । ସେହି ପରି ବୁଧବାର ଦିନ ସାଂଗାନ୍ନା ହାଇସ୍କୁଲର ଜଣେ ଶିକ୍ଷକଙ୍କ ଘରେ ଖରାବେଳେ ଜଣେ ମହିଳା ଛୋଟ ପିଲାଟିକୁ କାଖେଇ ଭିତରକୁ ପଶି ଯାଇଥିଲା । ଭିତରେ ଶିକ୍ଷକ ଜଣକ ଖଟ ଉପରେ ଶୋଇଥିବା ଦେଖି ମହିଳା ଜଣକ ପକେଟରୁ ପର୍ସ କାଢ଼ି ଟଙ୍କା କାଢୁଥିବାର ସମୟରେ ଶିକ୍ଷକଙ୍କ ସ୍ତ୍ରୀଙ୍କ ହାବୁଡରେ ପଡ଼ି ଯାଇଥିଲା । ସିଏ ପାଟି କରିବାରୁ ଉକ୍ତ ମହିଳା କିଛି ନକହି ପର୍ସ ଫିଙ୍ଗି ଦୌଡି ପଳାଇ ଯାଇଥିଲା । ପର୍ସରୁ କୌଣସି ଟଙ୍କା ଚୋରି ହୋଇ ନାହିଁ । ତେବେ ଏଭଳି ଚୋର ମାତି ଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି । କରୋନା ପାଇଁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଥିବା ବେଳେ ବୁଲା ବିକାଳି ମାନେ ଏବେ ସବୁକ୍ଷେତ୍ରରେ ବିପଦ ସୃଷ୍ଟି କରିଛନ୍ତି । ଏଇଭଳି ଲୋକଙ୍କ ପାଇଁ ଏହି ଅଞ୍ଚଳରେ ଆଗକୁ ଚୋରି ବଢ଼ିବା ସହ କରୋନା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୁଲିସ ପ୍ରସାସନ ବାହାରୁ ଆସି ଏଠି ଗାଁଗାଁ ବୁଲି ବେପାର ବଣିଜ କରୁଥିବା ଲୋକଙ୍କ ପ୍ରତି ନଜର ରଖିବା ସହ ତୁରନ୍ତ ସେମାନଙ୍କୁ ଏଠାରୁ ଖାଲି କରାଇବାକୁ ଜନ ସାଧାରଣଙ୍କ ମତ ପ୍ରକାଶ ପାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!