ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୋଟିଏ ହାତରେ ବିଅର ବୋତଲ । ଅନ୍ୟଟିରେ ଲମ୍ବା ସିଗାରେଟ୍ । ମଦ ଢ଼ୋକେ ସାଙ୍ଗକୁ ସିଗାରେଟ୍ର ଗଦଗଦ ଧୂଆଁ ଦେଖି ଲୋକେ ତାଜୁବ ହୋଇ ଯାଉଥିଲେ । ରାସ୍ତାରେ ଯିଏ ଯାଉଥିଲା, ଟିକେ ଅଟକି ଚାହୁଁଥିଲା । ଆଉ କିଏ ମୋବାଇଲ୍ରେ ଫଟୋ ଉଠାଉଥିଲା । ବିଚ୍ ରାସ୍ତାରେ ଜଣେ ସମ୍ଭ୍ରାନ୍ତ ଯୁବତୀଙ୍କ ଏଭଳି ଖୁଲ୍ମଖୁଲା ସୁରା ପାନ ଲୋକଙ୍କୁ ତାଜୁବ କରୁଥିଲା । କୌଣସି ସିନେମାର ସୁଟିଂ ଚାଲିନଥିଲା । ଏ ହେଉଛି ଖଣ୍ଡଗିରି-ଗଣ୍ଡମୁଣ୍ଡା ରାସ୍ତା ମଝିରେ ଜଣେ ମାତାଲ୍ ଯୁବତୀଙ୍କ ହାଇଡ୍ରାମାର ଦୃଶ୍ୟ । ସମୟ ଅପରାହ୍ଣ ସାଢ଼େ ୪ଟା । ଜଣେ ଜିନ୍ସ, ହାପ୍ କୁର୍ତ୍ତି ପିନ୍ଧା ଜଣେ ଯୁବତୀ ଅନ୍ୱେଶା(ଛଦ୍ମନାମ, ୨୬ ବର୍ଷ) ଏକ ଅଟୋରେ ପୋଖରୀପୁଟ ଆଡୁ ଖଣ୍ଡଗିରିକୁ ଯାଉଥିଲେ । ସେ ଆଇଟିଇଆର ଛକରେ ଅଟୋରିକ୍ସା ଚାଳକଙ୍କୁ ଅଟକାଇବାକୁ କହିଲେ । ଜଣେ ସମ୍ଭ୍ରାନ୍ତ ବଂଶୀୟ ଜଣା ପଡୁଥିବା ଅନ୍ୱେଶାଙ୍କ ସେଠି ଆରମ୍ଭ ହେଲା ତାମସା । ସେ ଅଟୋ ସିଟ୍ରେ ବସି ବିୟର ବୋତଲ ଖୋଲି ଢ଼କ ଢ଼କ କରି ପିଇଲେ । ତା’ ସାଙ୍ଗକୁ ସିଗାରେଟ୍ ଫୁଙ୍କି ମନକୁ ମନ ବଡ଼ ପାଟିରେ ଚିଲ୍ଲାଇଲେ, ତୁ ମୋ କ୍ୟାରିଅର ସହ ଖେଳିଲୁଟ୍ଟ ମୁଁ କେତେ ଭଲ ପାଉଥିଲି ତତେଟ୍ଟ ମତେ କାହିଁକି ଛାଡ଼ିଗଲୁ? ଅନ୍ୱେଶାଙ୍କ ଏମିତି ରଡି ଶୁଣି ଲୋକମାନେ ଅଟୋ ପାଖକୁ ଗଲେ । ଏଠି କ’ଣ ଚାଲିଛି ବୋଲି ଅଟୋଚାଳକଙ୍କୁ ପ୍ରଶ୍ନ କଲେ । ଲୋକଙ୍କୁ ଦେଖି ଅନ୍ୱେଶା ଆହୁରି ଚିତ୍କାର କଲେ, ମୋ ନାଁ ଅମୁକ । ମୋ ବାପାଙ୍କ ନାଁ ଏଇଆ । ମୋ ଘର ସେଇଠି । ମୁଁ ଯାହା କଲି, ତମର କ’ଣ ଯାଉଛି? ମତେ ମୋ ଲଭର୍ ଧୋକ୍କା ଦେଇଛି । ତମେ ସବୁ ପଳାଅ ଏଠୁଟ୍ଟ ଯୁବତୀଙ୍କ ଏଭଳି ନାଟ ତାମସା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଲେ । ଏକ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଲା । ତାଙ୍କ ନାମ ଠିକଣା ପଚାରିବା ସହ ହସ୍ପିଟାଲ ଯିବାକୁ ଅନୁରୋଧ କଲା । ପୁଲିସକୁ ଦେଖି ଅନ୍ୱେଶା ପୁଣି ବିଳି ବିଳେଇବାକୁ ଲାଗିଲେ । କହିଲେ, ମୁଁ ହସ୍ପିଟାଲ ଯିବିନି । ମତେ ଅମୁକ ପବ୍କୁ ନିଅ । ସେଠି ମୁଁ ଆହୁରି ପିଇବି । ଆଉ ନାଚିବି । ଶେଷରେ ଖଣ୍ଡଗିରି ଥାନାରୁ ୨ଜଣ ମହିଳା କନଷ୍ଟେବଳ ସେଠାକୁ ଗଲେ । ଅନ୍ୱେଶାଙ୍କୁ କଷ୍ଟେ ମଷ୍ଟେ ଅଟୋରୁ ଉଠାଇ ଭ୍ୟାନ୍ରେ ବସାଇ ଏମ୍ସ ହସ୍ପିଟାଲକୁ ନେଲେ । ପୁଲିସ ତାଙ୍କୁ ସୁଧାର ଗୃହକୁ ନେବାକୁ କହିବାରୁ ଅନ୍ୱେଶା ଆହୁରି ଚିଡି଼ ଯାଇଥିଲେ । ଶେଷରେ ଅନ୍ୱେଶାଙ୍କୁ ପୁଲିସ ଜଣେ ସାଙ୍ଗଙ୍କ ଜରିଆରେ ଘରକୁ ପଠାଇଥିଲା । ପୁଲିସ କହିଛି, ଯୁବତୀଙ୍କ ନାଁରେ ଓଡିଶା ସହରାଞ୍ଚଳ ପୁଲିସ (ଓୟୁପି) ଆଇନ୍ ଅନୁସାରେ ଜରିମାନା ଆଦାୟ କରାଯାଇି । ଯୁବତୀ ଜଣକ ନିଜ ନାଁ, ବାପା-ମା’ ଙ୍କ ନାଁ ବି କହିଛନ୍ତି । ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ।






