Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା କନେଷ୍ଟବଳଙ୍କୁ ରାସ୍ତାରେ ଆକ୍ରମଣ କଲେ କନେଷ୍ଟବଳଙ୍କ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
December 9, 2024
in Crime, State
ମହିଳା କନେଷ୍ଟବଳଙ୍କୁ ରାସ୍ତାରେ ଆକ୍ରମଣ କଲେ କନେଷ୍ଟବଳଙ୍କ ସ୍ୱାମୀ
142
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ମହିଳା କନ୍‌ଷ୍ଟେବଲ୍‌ଙ୍କୁ ରାସ୍ତାରେ ଆକ୍ରମଣ କଲେ କନ୍‌ଷ୍ଟେବଲ୍‌ ସ୍ୱାମୀ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଛି। ସମରା ଗାଁର ଜ୍ୟୋତି ପଧାନ ଓ ତାଙ୍କ ପତ୍ନୀ ନୁପୁର ବିଶ୍ୱାଳ ବଲାଙ୍ଗିର ରିଜର୍ଭରେ ପୁଲିସ୍‌ରେ କନ୍‌ଷ୍ଟେବଳ ଭାବେ କାମ କରନ୍ତି। ପ୍ରତିଦିନ ପରି ରବିବାର ଅପରାହ୍ନ ପ୍ରାୟ ୪ରୁ ସାଢ଼େ ୪ଟା ବେଳେ ଡ୍ୟୁଟି ସାରି ଉଭୟ ବାଇକ୍‌ରେ ଗାଁକୁ ଫେରୁଥିଲେ। ତେବେ ସମରା ଛକ ନିକଟରେ କୌଣସି କାଥାକୁ ନେଇ ଉଭୟଙ୍କ ଭିତରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇଥିଲେ ଜ୍ୟୋତି ପଧାନ। ସେହି ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରିଥିଲେ। ଯେଉଁଠି ପୂର୍ବରୁ ତାଙ୍କ ସାଙ୍ଗ ଛିଡ଼ା ହୋଇଥିଲେ। ଅଭିଯୋଗ ଅନୁସାରେ ଜ୍ୟୋତିଙ୍କ ସାଙ୍ଗ ପ୍ରଥମେ ନୁପୁରଙ୍କ ଚୁଟିକୁ ଟାଣି ଧରିଥିଲେ। ତା’ପରେ ନୁପୁରଙ୍କୁ ଜ୍ୟୋତି ଆକ୍ରମଣ କରିଥିଲେ। ଜ୍ୟୋତିଙ୍କ ଆକ୍ରମଣରେ ନୁପୁର ରକ୍ତାକ୍ତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଚିତ୍କାର ଶୁଣି ରାସ୍ତା ପାର୍ଶ୍ୱ ବିଲରେ କାମ କରୁଥିବା ଲୋକମାନେ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ନୁପୁରଙ୍କୁ ଛାଡ଼ି ଜ୍ୟୋତି ଓ ତାଙ୍କ ସାଥୀ ସେଠାରୁ ବାଇକ୍‌ରେ ଚମ୍ପଟ ମାରିଥିଲେ। ନୁପୁରଙ୍କଠାରୁ ପରିଚୟ ପାଇବା ପରେ ଲୋକମାନେ ପରିବାର ଲୋକଙ୍କୁ ଫୋନ୍‌ କରି ପୂରା ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନୁପୁରଙ୍କୁ ଉଦ୍ଧାର କରି ବଲାଙ୍ଗିରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନୁପୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି। ନୁପୁରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ତୁଷୁରା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏନେଇ ନୁପୁରଙ୍କ ପରିବାର କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!