ନୟାଗଡ଼ : ସର୍ବଭାରତୀୟ ଫୁଟବଲ୍
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେଠାରେ ଆସନ୍ତା ୨ ତାରିଖରୁ ସର୍ବଭାରତୀୟ ଫୁଟବଲ୍ ଟୁନାମେଣ୍ଟ ଆରମ୍ଭ ହେବ । ସେଥିପାଇଁ ଖେଳପଡ଼ିଆର ପ୍ରସ୍ତୁତ ହୋଇ ଅଛି । ଆସନ୍ତା କାଲି ୩୦ ତାରିଖ ଏହି ଖେଳର ଟ୍ରେଲର ଦେଖିବାକୁ ମିଳିବ । ନୟାଗଡ଼ ଜିଲ୍ଲାର ଚାରି ବିଧାୟକଙ୍କ ମଧ୍ୟରେ ଲଢ଼େଇ ହେବ ଜୋରଦାର । ସେଥିପାଇଁ ବିଧାୟକମାନେ ପ୍ରାଟିସ୍ କରିବା ସହିତ ନିଜ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଲେଣି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଦାୟକ ସୈାମ୍ୟରଂଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ନିଜ ନିଜ ଟିମ ସହ ପ୍ରସ୍ତୁତି ଆରମ୍ଭ କଲେଣି । ଆସନ୍ତା କାଲି ଅପରାହ୍ନ ୨ଟା ବେଳେ ନୟାଗଡ଼ ଖେଳପଡ଼ିଆରେ ବିଧାୟକମାନେ ତାଙ୍କ ଖେଳ ଦେଖାଇବେ । ୪ ଦଳ ମଧ୍ୟରୁ ଶ୍ରେଷ୍ଠଦଳ ବଛା ହେବ ।