ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୩ ଜଣ ଶ୍ରମିକ ନେତାଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବାସୁଦେବ ମହାନ୍ତି, ରଘୁନାଥ ମହାରଣା । ନୟାଗଡ଼ ଟାଉନଥାନା ପୁଲିସ ୯ଟି ଦଫାରେ ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କ ଅଭିଯୋଗ କ୍ରମେ ଗୁରୁବାର ଏମାନେ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କୈାଣସି କାରଣରୁ ନେଇ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ସେମାନେ ତାଙ୍କୁ ମାଡ଼ ମାରିଥିବା ନେଇ ଶ୍ରମ ଅଧିକାରୀ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଅନେକ ଅନିୟମିତତା କରୁଥିବା ନେଇ ଏହି ନେତାମାନେ ପ୍ରତିବାଦ କରୁଥିଲେ ।





