ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ୍ ବାଣିଗୋଛ୍ଛାଥାନା ଅନ୍ତର୍ଗତ ଫାଲପାଜୁ – ତାକୁଡା ହାଟଠାରେ “ବିଶ୍ବକର୍ମା ନିର୍ମାଣ ଶ୍ରମିକ ସଂଘ” ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି l ବରିଷ୍ଠ ଶ୍ରମିକ ନେତା ରଘୁନାଥ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା “ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିୟନ୍ସ୍ ସମନ୍ବୟ କମିଟି”ର ମହାସଚିବ ବସୁଦେବ ମହାନ୍ତି ମୁଖ୍ୟ ଅତଥିଭାବେ ଯୋଗଦେଇ ଆଜି ଦିବସର ମହତ୍ବ,ଶ୍ରମିକଙ୍କ ହକ୍ ଏବଂ ବିଭିନ୍ନ ସମସ୍ୟାର ସମାଧାନପାଇଁ ଲଢେଇକୁ ତୀବ୍ର ତଥା ଶାଣିତ କରିବାକୁ ପରାମର୍ଶ ଦେଇଥିଲେ l କୌଣସି ବାଧାବିଘ୍ନକୁ କଠୋରଭାବେ ଦମନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା l

ସଂଚାର ସ୍ବଛ୍ଛାସେବୀ ଅନୁଷ୍ଠାନର ସଂପାଦକ ପ୍ରଫୁଲ୍ଲ କୁମାର ମିଶ୍ର,ସଦସ୍ୟ କର୍ଣ୍ଣ ଯାନୀ,ଶ୍ରମିକ ସଂଠନର ମହିଳା ସଭାନେତ୍ରୀ ଅହଲ୍ୟା ଖମାରୀ ସମ୍ମାନୀତ ଅତିଥୀଭାବେ ଯୋଗଦେଇ ଶ୍ରମିକସଂଠନକୁ ଅଧିକ ମଜବୁତ କରିବାକୁ ମତଦେଇଥିଲେ l ବରିଷ୍ଠ ସମାଜସେବୀ ବସନ୍ତ କୁମାର ମୁଦୁଲି କାର୍ଯ୍ୟକ୍ରମେ ସହଯୋଗ କରିବାସହିତ ଧନ୍ୟବାଦ ଅର୍ପଣକରିଥିଲେ lପ୍ରାୟ ୨ଶହ ଶ୍ରମିକ ଉତ୍ସବରେ ଯୋଗଦାନ କରିଥିଲେ l







