ନୟାଗଡ଼,(ବାଘୁଆବାର୍ତ୍ତା): ଆର୍ନଜାତୀୟ ଶ୍ରମିକ ଦିବସ ଅବସରରେ ନୟାଗଡ଼ ୟୁନିଅନ ଅଫ୍ ଜର୍ଣାଲିଷ୍ଟ ତରଫରୁ ନୟାଗଡ଼ ପୁର୍ତ୍ତ ଡାକ ବଙ୍ଗଳାଠାରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ଆଚାର୍ୟ୍ୟ ବିଶ୍ୱରଂଜନ, ସମ୍ପାଦକ ପ୍ରଶାନ୍ତ କୁମାର ଜେନା, ଉପଦେଷ୍ଟା ସଞ୍ଜୟ କୁମାର ସ୍ୱାଇଁ, ଗୋପାଳ ବିଶ୍ବାଳ, ବିରଞ୍ଚି ନାୟକ ଆଦି ଉପସ୍ଥିତ ଥିଲେ । ସଭାପତି ବିଶ୍ୱରଂଜନ ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକଙ୍କ ଦାବି ପ୍ରୋଟେକସନ, ପେନସନ ଓ ଆକ୍ରିଡେସନ ଦାବିକୁ ପୁନଃ ଉପସ୍ଥାପନ କରିଥିଲେ । ମୋହନ ସରକାର ଆଗାମୀ ନିର୍ବାଚନ ପୂର୍ବରୁ ଦାବି ଗୁଡିକୁ ପୁରଣ କରିବା ପାଇଁ ଅନୁରୋଧ କରିଥିଲେ ।





