Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଲେ ଓଡ଼ିଆ ପୁଅ

by ସଞ୍ଜୟ ସ୍ୱାଇଁ
July 22, 2021
in State
ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଲେ ଓଡ଼ିଆ ପୁଅ
67
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ପରିବାରର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇଥିଲେ ବିଦେଶ। କିନ୍ତୁ ସେଠାରେ ମିଳୁଛି ନାହିଁ ନଥିବା ନିର୍ୟାତନା। ବର୍ଷେ ଧରି ତାଙ୍କୁ ମିଛ ଜାଲରେ ଫସାଇ ନିର୍ୟାତନା ଦିଆଯାଉଛି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଇରାଶି ଗାଁର ବିଭୁଧେନ୍ଦ୍ର ପଣ୍ଡାଙ୍କ କଥା। ତାଙ୍କ ପିତା ହେଉଛନ୍ତି ଭିକାରୀ ଚରଣ ପଣ୍ଡା। ବିଭୁ ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ସେଠାରେ ସେ ଫସି ରହିଯାଇଛନ୍ତି। ବିଭୁ ନିଜ ଗାଁକୁ ଫେରିବାକୁ ଚାହୁଁଛନ୍ତି, କିନ୍ତୁ ଏହା ବଦଳରେ ତାଙ୍କୁ ନାନା ନିର୍ୟାତନା ମିଳୁଛି। ସେ ଗୋଟିଏ ବନ୍ଦ କୋଠରୀରେ ବନ୍ଦୀ ହୋଇରହିଛନ୍ତି। ତାଙ୍କୁ ଜାଣିଶୁଣି ମିଛ କେସରେ ଛନ୍ଦି ନିର୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଲୋକାଲ ଏଜେଣ୍ଟ ମାଧ୍ୟମରେ ୨୦୧୮, ସେପ୍ଟେମ୍ବର ୧୭ ତାରିଖରେ ବିଭୁ ଦୁବାଇର ଶାରଜା ଇଣ୍ଡଷ୍ଟ୍ରିଆଲ ଏରିଆ ସ୍ଥିତ ଅଲମଦିନା ଥମ୍ବିବା ମେଣ୍ଟାଲ କାମ୍ପାନୀରେ ନିଯୁକ୍ତି ପାଇଥିଲେ। ଉକ୍ତ କମ୍ପାନୀରେ ଦୁଇ ବର୍ଷ କାର୍ୟ୍ୟ କରି ଗାଁକୁ ଫେରିବା ପାଇ ଚୁକ୍ତି ହୋଇଥିଲା। କିନ୍ତୁ ଚୁକ୍ତିନାମା ଶେଷ ହେବାର ବର୍ଷେ ବିତିଯାଇଥିଲେ ହେଁ କମ୍ପାନୀ ତାଙ୍କୁ ଗାଁକୁ ଛାଡ଼ୁ ନାହିଁ। ଏହା ବଦଳରେ ତାଙ୍କୁ ସେଠାରେ ନିର୍ୟାତନା ଦିଆ ଯାଉଥିବା ପରିବାର ଲୋକ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। କିଛିଦିନ ହେବ ବିଭୁଙ୍କୁ ଗୋଟିଏ ବନ୍ଦ କୋଠରୀରେ ବନ୍ଦି କରି ଦିଆଯାଇଛି। ଏହାସହ ତାଙ୍କ ବିରୋଧରେ ମିଛ କେସ୍ ଦେଇ କମ୍ପାନୀ ମ୍ୟାନେଜର ବିଭିନ୍ନ ନିର୍ୟାତନା ଦେଉଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ନା ଖାଇବାକୁ ଠିକରେ ମିଳୁଛି ନା ପ୍ରାରିଶ୍ରମିକ ଦରମା ମିଳୁଛି। ଏହି ନିର୍ୟାତନାର ଗୋଟିଏ ଭିଡିଓ ହସ୍ତଗତ ହୋଇଛି। ଏବେ କେବଳ ଭାଗ୍ୟକୁ ଆଦରି ସେଠାରେ ପଡ଼ି ରହିଛନ୍ତି ଓଡ଼ିଆ ଯୁବକ। ବର୍ଷେ ହେବ ଗାଁକୁ ଫେରିବାକୁ ଚାହୁଥିଲେ ମଧ୍ୟ ବିଭୁ ଫେରି ପାରୁନାହାନ୍ତି। କିଛିଦିନ ହେବ ପୁଅର ଫୋନ୍ ନ ଆସିବାରୁ ପରିବାର ଲୋକେ ଦୁବାଇର ଅନ୍ୟ ଅଞ୍ଚଳରେ ରହୁଥିବା ଜଣେ ଓଡ଼ିଆ ଯୁବକ ସହ ଯୋଗାଯୋଗ କରି ଏ ବିଷୟରେ ଜାଣିବାକୁ ପାଇଲେ। ପରେ ପୁଅକୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି। ଗାଁରେ ବୃଦ୍ଧ ବାପା ଓ ମାଆ ସେମାନଙ୍କର ପୁଅକୁ ତିନିବର୍ଷ ହେବ ଦେଖିନାହାନ୍ତି। ବିଭୁଙ୍କର ମା’ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ପୁଅକୁ ଫେରାଇ ଆଣ। ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକକୁ ଏଭଳି ନିର୍ୟାତନା ଘଟଣା ନୂଆ ନୁହେଁ। ଏବେ ବିଦେଶରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ବିଭୁଧେନ୍ଦ୍ର ନିଜେ ଗାଁକୁ ଫେରିବାକୁ ଚାହୁଁଥିଲେ ବି ତାକୁ ସମ୍ପୃକ୍ତ କାମ୍ପାନୀ ଛାଡ଼ୁନାହିଁ। ଗାଁରେ ତାଙ୍କ ପରିବାର କହିଲେ ବୃଦ୍ଧ ବାପା ମାଆ ଏବଂ ଦୁଇ ଭାଇ। ଏହି ଘଟଣାରେ ଖଲ୍ଲିକୋଟ ତହସିଲଦାର କହିଛନ୍ତି ଯେ ଆମେ ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନକୁ ଜଣାଇବୁ ଏବଂ ବିଭୁଙ୍କୁ ଶୀଘ୍ର ବିଦେଶରୁ ଫେରାଇ ଆଣିବୁ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!