Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ

by ସଞ୍ଜୟ ସ୍ୱାଇଁ
May 20, 2025
in Nayagarh, State
ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ
293
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦୁଇଜଣ ଶିକ୍ଷକ ଆଜି ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏକ ଗର୍ଭବତୀ କୁଟୁରାକୁ ଜଳାଶୟ ମଧ୍ୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ ପ୍ରତାପ କୁମାର ପରିଡ଼ା ସ୍ଥାନୀୟ ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସେଠାରେ ଥିବା ଜଳାଶୟ ମଧ୍ୟରେ ଏକ କୁଟୁରା ପଡିଯାଇଥିବା ଦେଖିବାକୁ ପାଇଥିଲେ। ଶିକ୍ଷକ ପ୍ରତାପ ପରିଡ଼ା ଜଳାଶୟ ମଧ୍ୟରେ ସାହସର ସହ ପ୍ରବେଶ କରି ସେହି କୁଟୁରାକୁ ଉଦ୍ଧାର କରିଥିବା ବେଳେ ବିଜ୍ଞାନ ନିରୀକ୍ଷକ ଶ୍ରୀ ସାହୁ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।

କୁଟୁରାକୁ ଉଦ୍ଧାର କରିବା ପରେ ସେମାନେ ତୁରନ୍ତ ବନ ବିଭାଗକୁ ଫୋନ କରି ଜଣାଇଥିଲେ। ଫଳରେ ବନ ବିଭାଗର ଏକ ଟିମ ସେଠାରେ ପହଞ୍ଚିବା ସହିତ ଉଦ୍ଧାର ହୋଇଥିବା ଗର୍ଭବତୀ କୁଟୁରାକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁଇ ଶିକ୍ଷକଙ୍କ ଏପରି ସାଧୁ ଉଦ୍ୟମ ଯୋଗୁଁ ଜୀବନ ମରଣ ସହ ସଂଘର୍ଷ କରୁଥିବା ଏକ କୁଟୁରାର ଜୀବନ ରକ୍ଷା ହୋଇଥିବାରୁ ବନ ବିଭାଗ ତଥା ଡିଏଫଓଙ୍କ ସମେତ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!