ଓଡ଼ଗାଁ,(ବାଘୁଆବାର୍ତ୍ତା): ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ଡାକ୍ତରଖାନାରେ ବିନା ମୂଲ୍ୟରେ ନିଦାନ ନିଶକ୍ଲ ରୋଗ ନିରୁପଣ ସେବା କାର୍ଯ୍ୟକ୍ରମ ଜାରି ରହିଛି । ଠିକ ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନୟାଗଡ଼ ଅନୁକୁଲ୍ୟରେ କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତମାସ ଠାରୁ ଏହି ସେବା ଚାଲୁରହିଛି । ବର୍ତ୍ତମାନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୭ପ୍ରକାରର ସେବା/ ପରୀକ୍ଷା ସପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯାଇଛି । କୁରାଳ, ଗିରିଡିପଲ୍ଲୀ, ସୁନାମୁହିଁ ଓ ନାଥିଆପଲ୍ଲୀ ଗ୍ରାମର ୨୫୦ରୁ ଉର୍ଦ୍ଧ ନଜସାଧାରଣ ଏହି ସୁବିଧାରେ ଉପକୃତ ହୋଇଥିବା ସୂଚନା ମିଳିଛି ।






