Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଶ୍ଲୀଳ ଫିଲ୍ମ ତିଆରି କୁ ନେଇ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ

by ସଞ୍ଜୟ ସ୍ୱାଇଁ
July 20, 2021
in Crime, NATIONAL NEWS
ଅଶ୍ଲୀଳ ଫିଲ୍ମ ତିଆରି କୁ ନେଇ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ
72
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ୍ ସୋମବାର ଦିନ ଗିରଫ କରିଛି। ଏକ ଅଶ୍ଲୀଳ ଫିଲ୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ୍ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଅଶ୍ଲୀଳ ଫିଲ୍ମ ତିଆରି କରିବା ଓ ସେଗୁଡ଼ିକୁ କିଛି ଆପ୍‌ରେ ଛଡ଼ାଯାଉଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା।ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ରାଜ୍ କୁନ୍ଦ୍ରା ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କ ବିରୋଧରେ କ୍ରାଇମ୍‌ ବ୍ରାଞ୍ଚ ହାତରେ ବହୁତ ପ୍ରମାଣ ରହିଛି। ପୋନୋଗ୍ରାଫୀ ଓ ପୋନୋଗ୍ରାଫୀ କଣ୍ଟେଟ ମାମଲାକୁ ନେଇ କଡ଼ା ଆଇନ ଲାଗୁ କରାଯାଇଛି। ଏହାକୁ ଅବମାନନା କରି ଯିଏ ଏଭଳି କଣ୍ଟେଟ ତିଆରି କରିବ, ସେମାନଙ୍କୁ ପୋଲିସ ଗିରଫ କରିବାର ନିୟମ ରହିଛି । ଅନ୍ୟର ଅନିଚ୍ଛା ସତ୍ତ୍ୱେ ତାଙ୍କର ଅଶ୍ଳୀଳ ଭିଡ଼ିଓ ତିଆରି କରିବା ଏବଂ ତାକୁ ଇଣ୍ଟରନେଟ ମାଧ୍ୟମରେ ସମସ୍ତଙ୍କ ପାଖକୁ ଛାଡିବା ସମ୍ପୁର୍ଣ୍ଣ ରୂପେ ଅବୈଧ। ଏହା ସହ ଚାଇଲ୍ଡ ପୋନୋଗ୍ରାଫୀ ଦେଖିବା ମଧ୍ୟ ଦଣ୍ଡନୀୟ ଅପରାଧ। ଏହି ଅନ୍ତର୍ଗତ ମାମଲାରେ ଆଇଟିର ୨୦୦୮ର ଧାରା ୬୭( କ) ଏବଂ ଆଇପିସିର ୨୯୨, ୨୯୩, ୨୯୪, ୫୦୦, ୫୦୬ ଏବଂ ୫୦୯ରେ ଦଣ୍ଡ ମିଳିଥାଏ । ଏହାପାଇଁ ପ୍ରଥମେ ୫ ବର୍ଷ ଜେଲ ହେବା ସହ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ଦଣ୍ଡ ମିଳିଥାଏ । କିନ୍ତୁ ୨ୟ ଥର ଭୁଲ କଲେ ଜେଲ ଦଣ୍ଡ ୭ ବର୍ଷ ବଢ଼ିପାରେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!