ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ଦ୍ୱିତୀୟ ଲହରରେ ସମଗ୍ର ଦେଶକୁ ଗ୍ରାସ କରି ଚାଲିଥିବା ବେଳେ କୁମ୍ଭେମଳା ସମସ୍ତଙ୍କ ପାଇଁ କାଳ ସାଜିଛି । ନୟାଗଡ଼ ଜିଲ୍ଲା ରୁ କୁମ୍ଭମେଳାରେ କେତେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ଏହାର ତାଲିକା ପ୍ରଶାସନ ପାଖରେ ଅଛି କି ନାହିଁ ଏହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି? କୁମ୍ଭମେଳାରୁ ଆସୁଥିବା ଶ୍ରଦ୍ଧାଳୁ ଏବେ ଖୁଲୁମ୍ ଖୁଲା ସହର ବଜାରରେ ବୁଲୁଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କୁମ୍ଭେମଳା ଫେରନ୍ତାଙ୍କ ଉପରେ କେତେ ନଜର ରହିଛି? ଉତ୍ତରାଖଣ୍ଡରେ ହୋଇଥିବା କୁମ୍ଭମେଳାକୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଯାଇ ଫେରିଥିବା ବେଳେ ନୟାଗଡ଼ରୁ ଜଣେ ବୃଦ୍ଧା ଉତ୍ତରାଖଣ୍ଡ କୁମ୍ଭ ମେଳାକୁ ଯାଇ କରୋନାରେ ସଂକ୍ରମଣ ହୋଇ ଚିକିତ୍ସିତ ହେଉଛନ୍ତି । ଆଗାମୀ ଦିନରେ ଯଦି କୁମ୍ଭ ମେଳାକୁ ଯାଇଥିବା ଶ୍ରଦ୍ଧାଳୁଙ୍କୁ ଚିହ୍ନଟ କରାନଯାଏ ତେବେ କରୋନା ସଂକ୍ରମଣ ଜିଲ୍ଲାରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି ।





