Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁ ସଂଗ୍ରାହକ ଶ୍ରୀନିବାସ

by ସଞ୍ଜୟ ସ୍ୱାଇଁ
October 7, 2021
in State
ଶିଶୁ ସଂଗ୍ରାହକ ଶ୍ରୀନିବାସ
137
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମଶ୍ରେଣୀରେ ଅଧ୍ୟୟନରତ କୁମାର୍ ଶ୍ରୀନିବାସ ବିଭିନ୍ନ ଦେଶବିଦେଶର ନୋଟ୍ ଓ ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ। ସେ ତୄତୀୟ ଶ୍ରେଣୀରେ ପଢୁଥିବାବେଳେ କତାର୍ ଦେଶରେ ରହୁଥିବା ନିଜ ଗ୍ରାମ କୁରାଳ ପଞ୍ଚାୟତ ଅଧୀନ ପାଇକପନ୍ତିଖାରୀର ଜନୈକ ବାସିନ୍ଦା ରଞ୍ଜନ କୁମାର ଦାଶ ତାଙ୍କ ପିତାଙ୍କୁ ଉକ୍ତ ଦେଶର କିଛି ମୁଦ୍ରା ଦେଇଥିଲେ। ଏହି ମୁଦ୍ରାକୁ ଦେଖି ଅନୁପ୍ରାଣିତ ହୋଇ କୁନି ବାଳକ ଶ୍ରୀନିବାସଙ୍କ ମନରେ ଜାଗି ଉଠିଥିଲା ଦେଶବିଦେଶର ମୁଦ୍ରା ସଂଗ୍ରହ କରିବାର ନିଶା। ଏବେ ଦୀର୍ଘ ସାତବର୍ଷ ପରେ ସେ ତାଙ୍କ ମାଆ ଜୟଶ୍ରୀ ନାୟକ ନିଜ ପାଖରେ ସାଇତି ରଖିଥିବା ଆମ ଦେଶ ଭାରତର ବହୁପୁରୁଣା ନୋଟ୍, ମୁଦ୍ରା ଓ ପଇସାକୁ ମିଶାଇ ପରବର୍ତ୍ତୀ ସମୟରେ ନିଜ ଚେଷ୍ଟାରେ ଆମେରିକା, ସିରିଆ, କତାର୍, ନେପାଳ, ସାଉଦିଆରବ, ବାଂଲାଦେଶ ଓ ଇଜିପ୍ଟ ଆଦି ଅଠରଟି ଦେଶବିଦେଶର ପ୍ରାୟ ଏକଶହ ପଚାଶରୁ ଉର୍ଦ୍ଧ୍ବ ନୋଟ୍ ଓ ମୁଦ୍ରାଗୁଡିକୁ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଛନ୍ତି। ପୁଅର ଏହି ବିରଳ ସଫଳତା ପାଇଁ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଥିବା ସହ ମୁଦ୍ରାଗୁଡିକୁ ଦେଖିବା ପାଇଁ ଘରକୁ ଅନେକ ଲୋକ ଆସୁଥିବା ବେଳେ ତାଙ୍କର ବାପା ତଥା ସ୍ଥାନୀୟ ଶ୍ରୀକ୍ଷେତ୍ର ଷ୍ଟୁଡିଓର ମାଲିକ ସୁବାସ ଚନ୍ଦ୍ର ନାୟକ ନିଜର ଖୁସି ବ୍ୟକ୍ତ କରି ପୁଅ ପାଇଁ ଏକ ଛୋଟ ସଂଗ୍ରହାଳୟ ଖୋଲିବାକୁ ମନସ୍ଥ କରିଛନ୍ତି।ମୁଦ୍ରା ସଂଗ୍ରହ ବ୍ୟତୀତ ବ୍ୟାଡମିଣ୍ଟନ ଓ ଚେସ୍ ଖେଳରେ ରୁଚି ରଖୁଥିବା ଶ୍ରୀନିବାସ ଆଗକୁ ସମସ୍ତ ଦୁଇ ଶହ ତେରଟି ଦେଶର ମୁଦ୍ରା ସମେତ ଆହୁରି ବିଭିନ୍ନ ଦର୍ଶନୀୟ ଜିନିଷ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ତରଫରୁ ପୁରସ୍କାର, ସମ୍ବର୍ଦ୍ଧନା ଆଦି ଦିଆଗଲେ ତାହା ଏକ ପ୍ରୋତ୍ସାହନ ଭାବେ ଶ୍ରୀନିବାସଙ୍କ କାର୍ୟ୍ୟକୁ ଦ୍ୱିଗୁଣିତ କରିପାରନ୍ତା ବୋଲି ତାଙ୍କୁ ଏଥିପାଇଁ ମାର୍ଗଦର୍ଶନ କରୁଥିବା ଶିକ୍ଷକ ପ୍ରଦୋଷ କୁମାର ରାଉତ କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!