Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳାହାଣ୍ଡିର ମାଛ ଚାଷୀ ସାରା ଦେଶରେ ପ୍ରଥମ

କୃଷି ଓଡ଼ିଶା ୨୦୨୧

by ସଞ୍ଜୟ ସ୍ୱାଇଁ
March 15, 2021
in Feature News
କଳାହାଣ୍ଡିର ମାଛ ଚାଷୀ ସାରା ଦେଶରେ ପ୍ରଥମ
124
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା); ଆଜି ବରମୁଣ୍ଡା ପଡ଼ିଆଠାରେ କୃଷି ଓଡ଼ିଶା ୨୦୨୧ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଭାଗୀୟ ସଚିବ ସୈାରଭ ଗର୍ଗ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିର ସଫଳତା ନିମନ୍ତେ ବାର୍ତ୍ତା ଦେଇଛନ୍ତି । ଚାଷୀ ଭାଇ ଭଉଣୀ ମାନଙ୍କୁ ସେମାନଙ୍କର ଦକ୍ଷତା ଏବଂ ସଫଳତାକୁ ରାଜ୍ୟ ସରକାର ସୁଯୋଗ ଦେଇଛି ବୋଲି ବକ୍ତବ୍ୟ ରଖିଛନ୍ତି । ଚାଷୀମାନଙ୍କର ଅଭ୍ୟାସ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ଅନେକ ସ୍ଥାନରେ ବହୁ ଶିକ୍ଷିତ ଯୁବକ ଚାକିରି ଛାଡ଼ି କୃଷି କ୍ଷେତ୍ରରେ ମନୋନିବେଶ କରିଛନ୍ତି । ଯାହାକି ଓଡ଼ିଶା ରାଜ୍ୟ ପାଇଁ ଏକ ଭଲ ଖବର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଦ୍ୟାନ କୃଷି ଫସଲରେ ଚାଷୀମାନେ ଅଧିକ ଲାଭ ପାଇ ପାରୁଛନ୍ତି । ମିଲଟ୍ ମିଶନ୍ ସାରା ଦେଶ ପାଇଁ ଦୃଷ୍ଟି ଆକର୍ଷଣ କରି ପାରିଛି । କଳାହାଣ୍ଡିର ମାଛ ଚାଷୀ ସାରା ଦେଶରେ ପ୍ରଥମ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭାଗୀୟ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସମନ୍ୱିତ ଚାଷ, କୃଷିର ବିକାଶ, କୃଷକର ଉନ୍ନତୀ ସଂମ୍ପର୍କରେ ବକ୍ତବ୍ୟ ଦେଇଛନ୍ତି । ମୁଖତଃ ଏହି ବର୍ଷର ମାସ୍କର୍ଟ ଛତୁକୁ ଆକର୍ଷଣ କରାଯାଇଛି । ପ୍ରତି ଓଡ଼ିଆ ଘରେ ଛତୁ ଏକ ନିତିଦିନିଆ ଖାଦ୍ୟ । ଛତୁ ଚାଷରେ ଓଡ଼ିଆ ଅଗ୍ରଣୀ ଭୂମୀକା ଗ୍ରହଣ କରିଛି । ପ୍ରତ୍ୟେକ ପରିବାର ନିଜ ଘରେ ଛତୁ ଚାଷ କରି ଅଧିକ ଲାଭବାନ ହେଉଛନ୍ତି । ଏହି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ୧୬୦ଟି କୃଷି ମଣ୍ଡପ ନିର୍ମାଣ କରାଯାଇଛି । ରାଜ୍ୟର ବହୁ ବଛା ବଛା ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଧୁନିକ କୃଷି ପ୍ରଣାଳୀ ଓ ବୈଷୟିକ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!