ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ ୨୦୨୦
ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ଜାନୁୟାରୀ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ଧରି ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ ୨୦୨୦ ଜନତା ମଇଦାନରେ ଅନୁଷ୍ଠିତ ହେବ । କୃଷକ ମାନଙ୍କର ଆୟ ବହୁ ଗୁଣିତ ହେବା, ରାଜ୍ୟ ସରକାର କୃଷକମାନଙ୍କ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ, କୃଷି ପଦର୍ଶନୀ, କୃଷକମାନଙ୍କର ଭାଗୀଦାର ଆଦାନ ପ୍ରଦାନ, କୃଷି ବିଜ୍ଞାନ ଯନ୍ତ୍ରାସ ଉପରେ ଜ୍ଞାନକୈାଶଳ, ବ୍ୟବସାୟିକ ଅଭିବୃଦ୍ଧି, କୃଷି ବିଜ୍ଞାନ ଓ କୃଷି ବିଶେଷଜ୍ଞ ଦ୍ୱାରା ବିଭିନ୍ନ ଆଲୋଚନା ଏହି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେବ । ରାଜ୍ୟ ସରକାର ପଞ୍ଚମଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି । କୃଷି କ୍ଷେତ୍ରର ପ୍ରଗତୀ, ନୂତନ ଜ୍ଞାନ କୈାଶଳ ଏବଂ ପ୍ରତିଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ୨୦ ତାରିଖ ଉଦଘାଟନି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବା ବେଳେ ୨୪ ତାରିଖ ଉଦଯାପନି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଏହି ରାଜ୍ୟ ସ୍ତରୀୟ ପଦର୍ଶନୀ ଅନୁଷ୍ଠିତ ହେବ ବୋଲି କୃଷି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।






