Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ : ରାଜ୍ୟପାଳ

by ସଞ୍ଜୟ ସ୍ୱାଇଁ
March 19, 2021
in Feature News
କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ : ରାଜ୍ୟପାଳ
105
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୃଷି, ଗୋପାଳନ ଓ କୁଟୀର ଶିଳ୍ପ ହେଉଛି ଭାରତୀୟ ଅର୍ଥନୀତିର ଆଧାର । ଯାହାର ପ୍ରତୀକ ହେଉଛନ୍ତି ହଳଧର, ଗୋପାଳ ଓ ସୁଭଦ୍ରା । ଏହାର ଅଭିବୃଦ୍ଧି ହେବା ଦରକାର ଏବଂ ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ବେଶ୍‌ ଉତ୍ସାହପ୍ରଦ । ଗ୍ରାମ୍ୟ ଅର୍ଥନୀତିର ସୁଦୃଢ଼ୀକରଣ ଓ କୃଷିର ଉନ୍ନତି ଦେଶର ଅର୍ଥନୈତିକ ବିକାଶଧାରାରେ ପ୍ରାଥମିକତା ପାଇବା ଦରକାର । କୃଷକଙ୍କ ପ୍ରତ୍ୟେକ ଉତ୍ପାଦ ଜାତୀୟ ଉତ୍ପାଦ ଭାବରେ ଗ୍ରହଣ କରିବା ଉଚିତ । ଗ୍ରାମ୍ୟ ସ୍ୱରାଜ୍ୟର ସ୍ୱପ୍ନକୁ ସଂକଳ୍ପରେ ପରିଣତ କରି ଆଗେଇବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ‘କୃଷି ଓଡ଼ିଶା-୨୦୨୧’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ କୃଷକଙ୍କ ପ୍ରତ୍ୟେକ ଉତ୍ପାଦର ଜାତୀୟକରଣ ଭାବଧାରାରେ ଗ୍ରହଣ କରିବା ଆବଶ୍ୟକ । କୃଷକଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା, ନିୟନ୍ତ୍ରଣମୁକ୍ତ ପରିବେଶ, ବଜାର ସୁବିଧା ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉ । ରାଜ୍ୟ ସରକାରଙ୍କ ‘କାଳିଆ’, ‘ବଳରାମ’ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ସେ ଚାଷରେ ବିବିଧତା ଆଣିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ମିଶନ ଶକ୍ତି ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଜୀବନକୁ ସଶକ୍ତ କରିଛି । ଏଥିରେ ଏକ କୋଟି ମହିଳାଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏକ ସୁସ୍ଥ କ୍ରିୟାଶୀଳ ପରିବେଶ ପାଇଁ ବ୍ୟକ୍ତିର ମର୍ଯ୍ୟାଦା ଓ ସମ୍ମାନକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ରାଜ୍ୟ ସମ୍ମୁଖୀନ ହେଉଥିବା ସବୁ ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ଚାଷୀ ତା’ର କର୍ତ୍ତବ୍ୟର ବିରତ ନହୋଇ ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି । କୋଭିଡ୍‌-୧୯ ସଂକ୍ରମଣ ସମୟରେ ଚାଷୀଭାଇମାନେ ଭାଙ୍ଗି ନପଡ଼ି ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସମୟୋପଯୋଗୀ କୃଷି ନୀତି ଓ ଯୋଜନା ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଅନେକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛି । କୃଷିର ସାମଗ୍ରିକ ବିକାଶ ନିମନ୍ତେ ପାରମ୍ପରିକ ଚାଷ ବଦଳରେ ସମନ୍ୱିତ ଚାଷକୁ ଆପଣାଇବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ରାଜ୍ୟରେ କୃଷି ସହିତ ଆନୁଷଙ୍ଗିକ କୃଷିର ବିକାଶ ଦିଗରେ ବ୍ୟାପକ ସୁଯୋଗ ରହିଛି, ଯାହାର ସୁବିନିଯୋଗ ହେବା ଆବଶ୍ୟକ । ଫଳ ଓ ପନିପରିବା ଚାଷ ସହିତ କୁକୁଡ଼ା ପାଳନ, ଗୋପାଳନ ଏବଂ ମାଛଚାଷ କ୍ଷେତ୍ରରେ ଉନ୍ନତି ଆଣି ରାଜ୍ୟକୁ ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ଚାଷ ଜମିକୁ ଜଳସେଚନର ସୁବିଧା ଓ କୃଷି କ୍ଷେତ୍ରକୁ ପର୍ଯ୍ୟାପ୍ତ ଋଣ ପ୍ରଦାନ ନିମନ୍ତେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ କହିଲେ ଯେ ତୃଣମୂଳ ସ୍ତରରେ ଚାଷୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ନିୟମିତ ପଞ୍ଚାୟତ ଓ ବ୍ଲକ୍‌ ସ୍ତରରେ ବୈଠକ ଆୟୋଜନ କରାଯାଉଛି । ଏଥି ସହିତ ‘ଆମ କୃଷି’ ଟୋଲଫି୍ର ମୋବାଇଲ୍‌ ସେବା ମାଧ୍ୟମରେ କୃଷକମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦିଆଯାଇପାରୁଛି ଓ ଚାଷୀମାନେ ଏହାର ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ଡ. ଗର୍ଗ ପରାମର୍ଶ ଦେଇଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଫିକିର ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲର ଅଧ୍ୟକ୍ଷା ମୋନିକା ନାୟାର ପଟ୍ଟନାୟକ ଉଦ୍‌ବୋଧନ ଦେଇଥିବାବେଳେ ‘ଇମେଜ୍‌’ର ମୁଖ୍ୟ ନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!