ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ): ରାଜ୍ୟ କୃଷି ବିଭାଗ ଓ ଇଡକୋକୁ ମିଳିଛି ବଡ଼ ସଫଳତା । କୃଷି ବିଭାଗର କୃଷି ଭବନକୁ ତିନିଗୋଟି ଜାତୀୟ ପୁରସ୍କାର ମିଳିଛି । କୃଷି ଭବନ ନିର୍ମାଣର ବାହ୍ୟ ପାଶ୍ୱର୍ ଅନ୍ତପାଶ୍ୱର୍ ଏବଂ ଗୃହ ନିର୍ମାଣର ନିର୍ମାଶ ଶୈଳୀ ଅତି ଉଚ୍ଚକୋଟୀର ହୋଇଥିବାରୁ ଏହି ଭବନକୁ ଜାତୀୟ ସ୍ତରରୁ ପ୍ରଂଶସାର ସୁଅ ଛୁଟିଛି । କୃଷି ବିଭାଗ ଇଚ୍ଛିହାସରେ ଏହା ଏକ ବଡ଼ ସଫଳତା । ରାଜ୍ୟ ସରକାର କୃଷିର ବିକାଶ ପାଇଁ ପାଂଚ ପାଂଚ ଥର କୃଷି କର୍ମଣ ପୁରସ୍କାର ପାଇଥିବା ବେଳେ କୃଷି ଭବନ ପାଇଁ ଜାତୀୟ ସ୍ତରରେ ତିନୋଟି ପୁରସ୍କାର ହାସଲ କରିଛନ୍ତି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ବେଳେ ଓଡ଼ିଶାର କୃଷିର ଉନ୍ନତୀ ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି ।






