Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି

by ସଞ୍ଜୟ ସ୍ୱାଇଁ
March 16, 2021
in Feature News
କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି
154
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ହେଲେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞନକୌଶଳର ବ୍ୟବହାର କରିବାକୁ ପଡ଼ିବ । ସମୟର ଆହ୍ୱାନ ହେଲା ପରିବର୍ତ୍ତିତ ପରିସ୍ଥିତିରେ ନୂତନ ବ୍ୟବସ୍ଥାକୁ ଆପଣାଇବା ଦରକାର । ଜଳବାୟୁ ପରିବର୍ତ୍ତନ ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ପାରମ୍ପରିକ ପଦ୍ଧତି ବଦଳରେ ନୂତନ ପଦ୍ଧତିକୁ ଆପଣାଇ ପାରିଲେ କୃଷିର ସାମଗ୍ରିକ ବିକାଶ ହୋଇପାରିବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ଆଜି ‘କୃଷି ଓଡ଼ିଶା’ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରୁଥିବାବେଳେ ଜଳସେଚନର ସୁବିଧା ଯୋଗାଇଦେବା ଦିଗରେ ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ନୂତନ ଜ୍ଞାନକୌଶଳର ବ୍ୟବହାର ନିମନ୍ତେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏ ଦିଗରେ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍‌ ଗଠନ ମାଧ୍ୟମରେ ନୂତନ ସୁଯୋଗ ସୃଷ୍ଟି କରିପାରିବେ । ଏଥି ସହିତ ସମନ୍ୱିତ କୃଷି ଦ୍ୱାରା କୃଷକମାନଙ୍କର ସାମଗ୍ରିକ ଆୟ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ବୈଠକରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ସଂପ୍ରତି ‘କୃଷି ଓଡ଼ିଶା’ର ଲୋକପି୍ରୟତା ବୃଦ୍ଧି ପାଇବାରୁ ଏହା ଏକ ବୃହତ୍‌ ମେଳା ଭାବରେ ତା’ର ଉପସ୍ଥିତି ଜାହିର କରିପାରିଛି । ଏହି ‘କୃଷି ଓଡ଼ିଶା’ରୁ ଚାଷୀମାନେ ବହୁତ କିଛି ଶିଖିବାକୁ ପାଆନ୍ତି, ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନେ କିଭଳି ଅଧିକ ଅମଳ କରିବେ, ଅଧିକ ଲାଭବାନ ହେବେ ସେଥିଲାଗି ଚେଷ୍ଟା କରନ୍ତି । ‘କୃଷି ଓଡ଼ିଶା’ର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଓ ଚାଷୀଙ୍କୁ ଉନ୍ନତ ମାନର ଜ୍ଞାନକୌଶଳ ଓ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇବା । ‘କୃଷି ଓଡ଼ିଶା’ର ବିଭିନ୍ନ ଦିବସରେ କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଆଜି ଏହି କ୍ରମରେ ‘କୃଷକ ଉତ୍ପାଦନକାରୀ ଗୋଷ୍ଠୀ-କୃଷକ ସଶକ୍ତିକରଣ ନିମନ୍ତେ ଏକ ଅଭିନବ ପଦକ୍ଷେପ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କୃଷକ ଉତ୍ପାଦକ ଗୋଷ୍ଠୀର ଉତ୍ପାଦିତ ବିକି୍ରବଟାର ସୁବିଧା ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସେହିପରି ‘ଫୁଲଚାଷ, ଜୀବିକା ନିର୍ବାହ ଏବଂ ସମୃଦ୍ଧିର ଏକ ନୂତନ ଦିଗନ୍ତ’ ବିଷୟରେ ଆଲୋଚନା ଚକ୍ର ଫୁଲଚାଷୀମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସଂପ୍ରତି ରାଜ୍ୟ ୩୦୦୦ କୋଟି ଟଙ୍କାରୁ ଅଧିକ ମତ୍ସ୍ୟ ରପ୍ତାନୀ କରୁଥିବାବେଳେ ‘ମାଛଚାଷ-ଚାଷୀଙ୍କ ଆର୍ଥିକ ଉନ୍ନତିର ସୁଗମ ପଥ’ ଆଲୋଚନା ଚକ୍ର ରାଜ୍ୟରେ ମାଛ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ଅତିଥିମାନଙ୍କ ଦ୍ୱାରା ଏକ୍ସପର୍ଟ କମିଟି ରେକୋମେଣ୍ଡେସନ୍‌  ପୁସ୍ତକ ଲୋକାର୍ପିତ ହୋଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!