Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମନ୍ୱିତ ଚାଷ ପଦ୍ଧତିକୁ ଆପଣେଇ ପାରିଲେ ତୃଣମୂଳ ସ୍ତରରେ ଚାଷୀମାନେ ଉନ୍ନତି କରିପାରିବେ

by ସଞ୍ଜୟ ସ୍ୱାଇଁ
March 18, 2021
in Feature News, Nayagarh
ସମନ୍ୱିତ ଚାଷ ପଦ୍ଧତିକୁ ଆପଣେଇ ପାରିଲେ  ତୃଣମୂଳ ସ୍ତରରେ ଚାଷୀମାନେ ଉନ୍ନତି କରିପାରିବେ
186
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ସାଂପ୍ରତିକ ପରିସ୍ଥିତିରେ ସମନ୍ୱିତ ଚାଷ ପଦ୍ଧତି ଓଡ଼ିଶାର କୃଷିକୁ ଦ୍ରୁତ ଅଗ୍ରଗତି ପଥରେ ନେଇପାରିବ ଏବଂ କୃଷକମାନଙ୍କୁ ସଶକ୍ତ କରିପାରିବ । ସଶକ୍ତ କୃଷକ ହିଁ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସହାୟକ ହୋଇପାରିବ । ଚାଷର ପଦ୍ଧତି ବଦଳୁଥିବାରୁ ସମୟ ସହିତ ତାଳ ଦେଇ ନୂତନ ଚାଷ ପଦ୍ଧତିକୁ ଆପଣେଇ ପାରିଲେ ତୃଣମୂଳ ସ୍ତରରେ ଚାଷୀମାନେ ଉନ୍ନତି କରିପାରିବେ ବୋଲି ବକ୍ତାମାନେ ମତ ଦେଇଛନ୍ତି । ଆଜି ‘କୃଷି ଓଡ଼ିଶା-୨୦୨୧’ର ଚତୁର୍ଥ ଦିବସରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମନ୍ୱିତ ଚାଷ ପଦ୍ଧତିରେ ଗୋଟିଏ ଚାଷ ଅନ୍ୟ ଚାଷ ପାଇଁ ପରିପୂରକ ଅଟେ ଏବଂ ଏହା ଦ୍ୱାରା କୃଷକମାନେ ବର୍ଷସାରା ଆୟ ପାଇପାରିବେ ବୋଲି କୁଳପତି ଡ. ଅଗ୍ରୱାଲ କହିଥିଲେ । ଏଥି ସହିତ ସମନ୍ୱିତ ଚାଷକୁ ବାଣିଜି୍ୟକ ଭିତ୍ତିରେ କରିବା ପାଇଁ କୁଳପତି ଡ. ଅଗ୍ରୱାଲ ଚାଷୀଭାଇଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶାର କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତି ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନୀମାନେ ନିରନ୍ତର ପ୍ରୟାସ ଜାରି ରଖି ଉନ୍ନତ ଓ ଅଧିକ ଅମଳକ୍ଷମ ବିହନ ଓ ଚାଷ ପଦ୍ଧତି ବିକାଶ କରୁଛନ୍ତି ବୋଲି କୁଳପତି ଡ. ଅଗ୍ରୱାଲ କହିଥିଲେ । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେବା ଅବସରରେ ଚାଷୀଭାଇମାନଙ୍କ ସହଯୋଗ ଓ ଆଗ୍ରହ ଫଳରେ ‘କୃଷି ଓଡ଼ିଶା’ ଅପାର ସଫଳତା ହାସଲ କରିପାରିଛି ବୋଲି କହିଥିଲେ । ଶେଷରେ ‘ଇମେଜ’ର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘ବଳରାମ ଯୋଜନା ସମ୍ବନ୍ଧୀୟ ଜାଣିବା କଥା’ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ମତ୍ସ୍ୟ ଚାଷରେ ଉଲ୍ଳେଖନୀୟ ସଫଳତା ହାସଲ କରିଥିବା ୩୦ଟି ଜିଲ୍ଲାର ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଦକ୍ଷତା କାର୍ଯ୍ୟକ୍ରମରେ ଯୋଗ୍ୟ ବିବେଚିତମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ‘କୃଷି ଓଡ଼ିଶା’ର ଚତୁର୍ଥ ଦିନ ପୂର୍ବାହ୍ନରେ ଆୟୋଜିତ ‘ଚାଷୀଙ୍କ ଅଧିକ ଆୟ ପାଇଁ ଫସଲର ବିବିଧିକରଣ’, ‘କୃଷି କ୍ଷେତ୍ରରେ କୃଷକଙ୍କ ସମୃଦ୍ଧି ଓ ଅଭିବୃଦ୍ଧିରେ ଜଳସଂପଦ ବିଭାଗର ଭୂମିକା’ ଏବଂ ‘ପରିବର୍ତ୍ତିତ ଜଳବାୟୁ ଓ ପୁଷ୍ଟିସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷ’ ଶୀର୍ଷକ ପାଠଶାଳାରେ ବକ୍ତାମାନେ ବିଶଦ ଭାବରେ ଆଲୋଚନା କରିଥିଲେ । ‘ଚାଷୀଙ୍କ ଅଧିକ ଆୟ ପାଇଁ ଫସଲର ବିବିଧିକରଣ’ ପାଠଶାଳାରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ‘କୃଷି କ୍ଷେତ୍ରରେ କୃଷକଙ୍କ ସମୃଦ୍ଧି ଓ ଅଭିବୃଦ୍ଧିରେ ଜଳସଂପଦ ବିଭାଗର ଭୂମିକା’ ପାଠଶାଳାରେ ଓଡ଼ିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଏବଂ ‘ପରିବର୍ତ୍ତିତ ଜଳବାୟୁ ଓ ପୁଷ୍ଟିସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷ’ ପାଠଶାଳାରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପାଠଶାଳାରେ ଯୋଗଦେଇ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପାରମ୍ପରିକ ଚାଷ ବଦଳରେ ଅଧିକ ଅର୍ଥକରୀ ଫସଲ ଚାଷର ଖସଡ଼ା ପ୍ରସ୍ତୁତ କରିବା ପାଇଁ କହିଥିଲେ । ସଂପ୍ରତି ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଫସଲର ବିବିଧିକରଣ ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । କର୍ମଶାଳାରେ ଧାନଚାଷ ପରେ ଖାଲି ପଡ଼ୁଥିବା ଜମିରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ସହିତ ବୃଷ୍ଟିପୁଷ୍ଟ ଅଞ୍ଚଳରେ ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ କ୍ଷୁଦ୍ରଶସ୍ୟ ଚାଷର ଚାଷୀଙ୍କ ଆୟବୃଦ୍ଧିରେ ସହାୟକ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ । ‘ଓଡ଼ିଶା ମିଲେଟ୍‌ ମିଶନ’ରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷର ଉନ୍ନତି ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ପାଠଶାଳାରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!