Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲ ୨୦୨୨ ସଂସ୍କରଣରୁ ବାଦ୍ ପଡିବେ କ୍ରିସ୍ ଗେଲ୍ !

by ସଞ୍ଜୟ ସ୍ୱାଇଁ
January 22, 2022
in Sports
ଆଇପିଏଲ ୨୦୨୨ ସଂସ୍କରଣରୁ ବାଦ୍ ପଡିବେ କ୍ରିସ୍ ଗେଲ୍ !
91
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇପିଏଲ ୨୦୨୨ ମେଗା ନିଲାମ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବାକୁ ଯାଉଛି। ନିଲାମ ପୂର୍ବରୁ ଆଇପିଏଲର ଦୁଇ ନୂତନ ଦଳ ଅହମ୍ମଦାବାଦ ଓ ଲକ୍ଷ୍ନୌ ନିଜ ନିଜର ତିନି ଖେଳାଳିଙ୍କ ଚୟନ କରି ସାରିଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ଆଇପିଏଲ ନିଲାମ ପାଇଁ ଏଥର ୧୨୧୪ ଖେଳାଳି ନିଜ ନାଁ ପଞ୍ଜୀକୃତ କରିଛନ୍ତି। ଏଥିରେ ୨୭୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଏବଂ ୩୧୨ ଅନ୍ତର୍ଜାତୀୟ ପଦାର୍ପଣ କରିନଥିବା ଖେଳାଳି ସାମିଲ୍। ତେବେ ଏହି ତାଲିକାରେ ଏମିତି କିଛି ବଡ ନାଁ ରହିଛି, ଯେଉଁମାନଙ୍କୁ ଏଥର ଆଇପିଏଲରେ ଦେଖିବାକୁ ମିଳିନପାରେ। ଟି-୨୦ କ୍ରିକେଟର ୟୁନିଭର୍ସ ବସ୍ କୁହାଯାଉଥିବା କ୍ରିସ୍ ଗେଲ୍ଙ୍କ ନାମ ବିସିସିଆଇ ଦ୍ଵାରା ଦିଆଯାଇଥିବା ପଞ୍ଜୀକୃତ ତାଲିକାରେ ନାହିଁ। ଏହାର ଅର୍ଥ ଆଇପିଏଲ ୧୪ ସିଜିନ ପରେ ଗେଲ୍ ଚଳିତ ବର୍ଷ ଲିଗ୍ ଏବରଂ ଆଇପିଏଲ ନିଲାମ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଗେଲ୍ ଟି-୨୦ ବିଶ୍ଵ କପ୍ ପରେ ନିଜେ ଘୋଷଣା କରିଥିଲେ ଯେ, ସେ ଆଇପିଏଲ ଖେଳିବା ଜାରି ରଖିବେ। ମାତ୍ର ବିସିସିଆଇ ଦ୍ଵାରା ଜାରି ଖେଳାଳିଙ୍କ ପଞ୍ଜୀକରଣ ତାଲିକାରେ ଗେଲ୍ଙ୍କ ନାମ ନାହିଁ। ଗେଲ୍ଙ୍କ ନା ନଥିବାରୁ ପ୍ରଶଂସକ ଚକିତ। ଆଇପିଏଲ ଇତିହାସରେ ସବୁଠୁ ମହାନ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ କ୍ରିସ୍ ଗେଲ୍ଙ୍କ ନାମରେ ଅନେକ ସ୍ଵର୍ଣ୍ଣିମ ରେକର୍ଡ ରହିଛି। ଗେଲ୍ କୋଲକାତା ନାଇଟ୍ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଛନ୍ତି। ଗେଲ୍ଙ୍କ ନାମ ନିଲାମୀ ତାଲିକାରେ ନଥିବା ଦେଖି ତାଙ୍କର ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଚେଲ୍ ଷ୍ଟାର୍କ, ବେନ ଷ୍ଟୋକ୍ସ, ସାମ କରନ, କ୍ରିସ୍ ଗେଲ୍, ଜୋଫ୍ରା ଆର୍ଚର ଏବଂ କ୍ରିସ୍ ଓ୍ଵକ୍ସଙ୍କ ନାମ ଆଗାମୀ ନିଲାମ ତାଲିକାରୁ ବାହାର ଅଛି। ଏଥର ୧୨୧୪ ଖେଳାଳିଙ୍କୁ ନେଇ ଆଇପିଏଲର ମେଗା ନିଲାମ ହେବ। ଏଥିରେ ୨୭୦ ଅନ୍ତର୍ଜାତୀୟ ଖେଳାଳି ରହିଥିବା ବେଳେ ୯୦୩ ଅନ୍ତର୍ଜାତୀୟ ମ୍ୟାଚ୍ ପଦାର୍ପଣ କରିଥିବା ଖେଳାଳି ରହିଛନ୍ତି। ଏଥିରୁ ୪୯ ଖେଳାଳି ନିଜର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଛନ୍ତି। ଏଥିରେ ୧୭ ଜଣ ଭାରତୀୟ ଖେଳାଳି ଥିବା ବେଳେ ୩୨ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ଆର ଅଶ୍ଵିନ, ଶ୍ରେୟସ ଆୟର, ଶିଖର ଧାଓ୍ଵନ, ଇଶାନ କିଶନ, ସୁରେଶ ରୈନାଙ୍କ ପରି ଖେଳାଳି ଥିବା ବେଳେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ପାଟ୍ କମିନ୍ସ, ଆଡମ ଜାମ୍ପା, ଷ୍ଟିଭ ସ୍ମିଥ, ସାକିକ ଅଲ ହସନ, ମାର୍କ ଉଡ, ଟ୍ରେଣ୍ଟ ବୋଲ୍ଟ, ଫାଫ ଡୁପ୍ଲେସିସ୍, କ୍ଵିଣ୍ଟନ ଡି କକ୍, କାଗିସୋ ରାବଡା ଏବଂ ଡ୍ରେନ ବ୍ରାଭୋ ରହିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!